ଜଗନ ଙ୍କ ଐତିହାସିକ ନିଷ୍ପତି ଆନ୍ଧ୍ର ର ସମସ୍ତ ବାର୍ ଲାଇସେନ୍ସ ରଦ୍ଦ ,ଆଜିଠୁ ଆନ୍ଧ୍ର ରେ ମଦ ବିକିଲେ ଜେଲ୍

ମଦ ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦିଆଯାଉଥିଲେ ମଧ୍ୟ କିଛିଦିନ ତଳେ ମଦ କୁ ପ୍ରୋତ୍ସାହନ ଦିଆଯାଇଥିବା କଥା ତ ଆପଣ ଜାଣିଥିବେ I ଅଧିକ ପରିମାଣରେ ମଦ ପାଇଁ ଲାଇସେନ୍ସ ଦିଆଯାଇ ଦୋକାନ ଖୋଲାଯିବ ଯାହାକୁ ନେଇ ଜୋରଦାର ବିରୋଧ ଲାଗିରହିଛି I ତେବେ ଏଭଳି ଏକ ସମୟରେ ଆନ୍ଧ୍ର ର ଯୁବ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ସାରା ଦେଶକୁ ଚକିତ କରିଦେଇଛି I ସବୁବେଳେ ନୂଆ ନିଷ୍ପତି ପାଇଁ ଚର୍ଚାରେ ଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ଏକ ଐତିହାସିକ ନିଷ୍ପତି ନେଇଛନ୍ତି

I ଆନ୍ଧ୍ର ରେ ଯେତେସବୁ ମଦ ବାର ଚାଲୁଛି ସେ ସବୁ ର ଲାଇସେନ୍ସକୁ ଆଜି ରଦ୍ଦ କରିଦେଇଛନ୍ତି ମୁଖ୍ୟମନ୍ତ୍ରି |ଏହାସହିତ ସାଧାରଣ ଜନତା କିଭଳି ମଦ ମାୟାରେ ନପଡିବେ ସେଥିପାଇଁ ମଦ ର ଦାମ କୁ ଅତ୍ୟଧିକ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଉଛି I ଯଦି କୌଣସି ଠାରେ ମଦ ଚୋରାରେ ବିକ୍ରି ହେବାର ନଜିର ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପ୍ରସ୍ତୁତି ଚାଲିଛି I ଏଭଳି ଏକ ନିଷ୍ପତି କୁ ସବୁଆଡୁ ସ୍ୱାଗତ କରାଯାଇଥିବା ବେଳେ ଓଡିଶା ରେ କେବେ ଲାଗୁ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି I

ଗୋଟିଏ ରାଜ୍ୟରେ ମଦ ବନ୍ଦ କରାଯାଇଥିବା ବେଳେ ପଡୋଶୀ ଭାବେ ଅଧିକ ମଦ ବିକିଲେ ପୁରସ୍କାର ଦିଆଯିବାକୁ ମଧ୍ୟ ଏକ ପ୍ରସ୍ତାବ ଆସିଥିଲା I

Leave a Reply

Your email address will not be published. Required fields are marked *