ନ୍ୟୁଜ ଫ୍ୟୁଜ ଛାଡିବା ପରେ ଦିହକୁ ନେବେନି ବନ୍ଦ ହେଇଗଲା ଏବେ କଣ କରିବେ କୁନା ତ୍ରିପାଠୀ ?

ଟିଭି ପରଦାରେ ଆଉ ଦେଖିବାକୁ ମିଳୁନାହିଁ କୁନା ତ୍ରିପାଠୀ ଙ୍କ ଶାଣିତ ସ୍ୱର I ଯିଏ ଦିନେ ସମସ୍ତଙ୍କୁ ଫ୍ୟୁଜ କରିଦେଉଥିଲେ ପରେ ନିଜେ ଗଣମାଧ୍ୟମ ର ମୁଖ୍ୟ ଖବର ସାଜି ଏବେ ଫ୍ୟୁଜ ହେଇଯାଇଛନ୍ତି I ବିଜେଡି ଏବଂ ବୈଜୟନ୍ତ ଙ୍କ କଳିରେ ଓଟିଭି କୁ ପାନେ ଦେବାକୁ କୁନା ଙ୍କୁ ମିଳିଥିଲା ଚଳଚିତ୍ର ନିଗମ ଉର୍ନ୍ନୟନ ଅଧ୍ୟକ୍ଷ ର ପଦବି I ପରେ କଟକ ଆସନ ରୁ ମଧ୍ୟ ନିର୍ବାଚନ ଲଢ଼ିବାର ଚର୍ଚା ହେଉଥିଲା କିନ୍ତୁ ଟିକେଟ ମିଳିନଥିଲା I ଏସବୁ ମଧ୍ୟରେ ନ୍ୟୁଜ ଫ୍ୟୁଜ ର ଲୋକପ୍ରିୟ ଆଙ୍କର କୁନା ତ୍ରିପାଠୀ ଓଟିଭି ଛାଡିଥିଲେ ଏବଂ ନ୍ୟୁଜ ୱାର୍ଲଡ ଓଡ଼ିଶାରେ ଦିହକୁ ନେବେନି ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ନଜର ଆସିଥିଲେ I ପ୍ରଥମରୁ ଏହି କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ଭଲ ଲୋକପ୍ରିୟତା ସାଉଣ୍ଟୁଥିବା ବେଳେ ଚାନେଲ ଟି ବନ୍ଦ ହେଇଯାଇଥିଲା I

ଏବଂ ଦିହକୁ ନେବେନି ପ୍ରୋଗ୍ରାମ ମଧ୍ୟ ବନ୍ଦ ହେଇ ଯାଇ ଥିଲା I ଏବେ ଚାନେଲ ନୂଆ ରୂପରେ ଆସିଥିବା ବେଳେ ଏଯାଏଁ ଜନାଦୃତ ହେଇ ପାରିନି କି କୁନା ଙ୍କୁ ନେଇ ସେଭଳି କୌଣସି କାର୍ଯ୍ୟକ୍ରମ ଏଯାଏଁ କରାଯାଇନି I ଏବେ ଦର୍ଶକ କହୁଛନ୍ତି କି କୁନା ଫ୍ୟୁଜ ହେଇଗଲେ ,ଦିହକୁ ନେବେନି ….

Leave a Reply

Your email address will not be published. Required fields are marked *