ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରୀଙ୍କ ଫଟୋ ପଠାନ୍ତୁ ୧୦୦୦ ଟଙ୍କା ନିଅନ୍ତୁ ଏସପି

ଏବେ ତ ଟ୍ରାଫିକ ନିୟମ କୁ ନେଇ କିଭଳି ଦେଶ ସାରା ଚର୍ଚ୍ଚା ହେଉଛି ତାହା ଆପଣ ଭଲକି ଜାଣିଥିବେ I ନିକଟରେ ଓଡ଼ିଶାରେ ମଧ୍ୟ ଟ୍ରାଫିକ ନିୟମ ପାଇଁ ଲାଗୁହେଇଥିବା କଡାକଡି ନିୟମ କୁ କୋହଳ କରାଯାଇ ଆଉ ତିନିମାସ ଯାଏଁ ବର୍ଦ୍ଧିତ କରାଯାଇଛି I କିନ୍ତୁ ଅଧିକାଂଶ ରେ ଦେଖିବାକୁ ମିଳୁଛି କି ପୋଲିସ ବାବୁ ମାନେ ମଧ୍ୟ ଟ୍ରାଫିକ ନିୟମ ନମାନି ଗାଡି ଚଳାଉଛନ୍ତି

I ସୋସିଆଲ ମିଡିଆରେ ଫୋଟୋ, ଭିଡିଓ ଭାଇରଲ ହେଉଛି ଯାହାକୁ ନେଇ ସର୍ବସାଧାରଣ ରେ ସମାଲୋଚନା କରାଯାଉଛି କି ଯଦି ପୋଲିସ ପ୍ରଥମେ ନିୟମ ମାନୁନାହିଁ ତେବେ ଅନ୍ୟ ମାନଙ୍କୁ କାହିଁକି ଫାଇନ ଲାଗୁହେଊଛି I ଏହାକୁ ନେଇ ହରିୟାନା କରନାଲ ଜିଲ୍ଲାର ଏସପି ସୁରେନ୍ଦ୍ର ସିଂହ ସମସ୍ତ ଜିଲ୍ଲାରେ ଟ୍ରାଫିକ ନିୟମ ସଂକ୍ରାନ୍ତ ରେ ସଚେତନତା କରିଥିଲେ I

ଏହାବାଦ ଯେଉଁମାନେ ନିୟମ ନମାନନ୍ତି ସେମାନଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ପାଇଁ କହିଥିଲେ ଏପରିକି ଯଦି କୌଣସି ପୋଲିସ କର୍ମଚାରୀ ବିନା ହେଲମେଟ ରେ ଗାଡି ଚଳାଉଥିବାର ନଜର ଆସେ ତେବେ ତୁରନ୍ତ ତାଙ୍କର ଫୋଟୋ ଉଠାଇ ପୋଲିସ କୁ ହ୍ବାଟସ୍‌ଆପ୍ ରେ ପଠାଇବାକୁ ଏସପି କହିଛନ୍ତି I ଏଥିପାଇଁ ଏକ ହ୍ବାଟସ୍‌ଆପ୍ ନମ୍ବର ମଧ୍ୟ ଜାରି କରିଛନ୍ତି I 85708-85704 ଏହି ନମ୍ବର ରେ ଯେ କେହି ବି ପୋଲିସ ର ବିନା ହେଲମେଟ ଫୋଟୋ ପଠାଇ ପାରିବେ ଏହା ବଦଳରେ 1000ଟଙ୍କା ତୁରନ୍ତ ଦିଆଯିବ ବୋଲି କୁହାଯାଇଛି I

2 Comments on “ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରୀଙ୍କ ଫଟୋ ପଠାନ୍ତୁ ୧୦୦୦ ଟଙ୍କା ନିଅନ୍ତୁ ଏସପି”

  1. This what’s app number is not a what’s app number. Please give me your what’s app number for send photo.

Leave a Reply

Your email address will not be published. Required fields are marked *