ପ୍ରିୟଙ୍କା କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତର ମାଆ କହିଲେ ମୋ ପୁଅକୁ ଫାସୀ ଦିଅ ନହେଲେ ଜିଅନ୍ତା ଜାଳିଦିଅ

ବହୁ ଚର୍ଚିତ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା କୁ ନେଇ ସାରା ଭାରତ ରେ ହଇଚଇ ସୃଷ୍ଟି ହେଇଥିବା ବେଳେ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି I ତେବେ ଯେଉଁଭଳି ଭାବରେ ଜଣେ ମହିଳା ଡାକ୍ତର ଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ପୋଡି ଦିଆଗଲା ତାହାକୁ ନେଇ ସବୁ ମହଲ ରେ ତୀବ୍ର ସମାଲୋଚନା ସହିତ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି I ଚାରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଥାନାକୁ ନିଆଯିବା ପରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା ,ଥାନା ରେ ପ୍ରବଳ ଭିଡ ଜମିଥିଲା ଏବଂ ଅଭିଯୁକ୍ତ ମାନଙ୍କ ଉପରକୁ ଚପଲ ମାଡ କରାଯାଇଥିଲା I

ଚାରି ଅଭିଯୁକ୍ତ ହେଉଛନ୍ତି ନବୀନ,ଆରିଫ୍‌, ଜୋଲ୍ଲୁ ଶିବା, ଏବଂ ଚିନ୍ତାକୁନ୍ତା I ଏହାମଧ୍ୟରେ କିନ୍ତୁ ଜଣେ ଅଭିଯୁକ୍ତ ର ମା ର ବୟାନ ଏବେ ଗଣମାଧ୍ୟମ ରେ ଚର୍ଚ୍ଚା ହେବାରେ ଲାଗିଛି ଏବଂ ମା ଜଣଙ୍କୁ ସବୁ ମହଲ ରୁ ସ୍ୱାଗତ କରାଯାଇଛି I ଅଭିଯୁକ୍ତ ଚିନ୍ତାକୁଣ୍ଟା ମା ଶ୍ୟାମଲା ଏକ ଗଣମାଧ୍ୟମ ରେ କହିଥିଲେ କି ଯେଉଁଭଳି ଭାବରେ ସେ ଝିଅ କୁ ପୋଡି ମାରିଦିଆଯାଇଛି ତାଙ୍କ ପରିବାର ଲୋକ କିଭଳି ଦିନ ବିତାଉଥିବେ ମୁଁ ଜାଣିପାରୁଛି ମୁଁ ବି ଜଣେ ମା ,ମୋର ବି ଝିଅ ଅଛି ,

ଏଭଳି ପୁଅ ଜନ୍ମ ଦେଇଥିବାରୁ ମୁଁ ପଶ୍ଚାତାପ କରୁଛି ,ଯେଉଁଭଳି ଭାବରେ ସେ ଝିଅକୁ ପୋଡି ମାରିଦିଆଗଲା ସେହିଭଳି ଭାବରେ ମୋ ପୁଅକୁ ପୋଡି ମାରିଦିଆଯାଉ ନଚେତ ଫାସି ଦିଆଯାଉ I

Leave a Reply

Your email address will not be published. Required fields are marked *