ଡାକ୍ତର ଙ୍କୁ ଧର୍ଷଣ କରି ପୋଡିଦେଇଥିଲେ ଫାଶୀ ବଦଳରେ ଅଭିଯୁକ୍ତ ଙ୍କ ଇଛାରେ ଦିଆଗଲା ମଟନ ଖାଇବାକୁ

ନିର୍ଭୟା ଗଣଦୁଷ୍କର୍ମ ପରେ ପୁଣିଥରେ ହାଇଦ୍ରାବାଦ ର ପଶୁ ଡାକ୍ତର ଙ୍କୁ ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରି ପୋଡି ଦେଇଥିବା ଘଟଣା ଏବେ ସାରା ଦେଶକୁ ଥରେଇ ଦେଇଛି I ସୁରକ୍ଷିତ ନୁହନ୍ତି ମହିଳା I ବାରମ୍ବାର ଦୁଷ୍କର୍ମ ର ଶିକାର ହେଉଛନ୍ତି ନିରୀହ ଯୁବତୀ ମାନେ I ଆଇନ କେବଳ ନାମକୁ ମାତ୍ର ,କାହାର ବି ଭୟ ନାହିଁ ଆଇନ କୁ I ଡାକ୍ତର ଙ୍କୁ ଦୁଷ୍କର୍ମ ଘଟଣା ରେ ତୀବ୍ର ବିରୋଧ ଏବଂ ଆନ୍ଦୋଳନ ପରେ ଶେଷରେ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି I କିନ୍ତୁ ଲୋକଙ୍କ ଅସନ୍ତୋଷ ଏତେ ଥିଲା ଯେ ଥାନାରେ ପହଁଚି ଲୋକମାନେ ଚପଲ ଫୋପାଡ଼ିଥିଲେ ଅଭିଯୁକ୍ତ ମାନଙ୍କୁ I

ସେମାନଙ୍କୁ ଫାଶୀ ଦେବାକୁ ସର୍ବସାଧାରଣ ରେ ଦାବି କରାଯାଉଛି I ଏପରିକି ଅଭିଯୁକ୍ତ ର ମା ମଧ୍ୟ କହିଥିଲେ କି ମୋ ପୁଅକୁ ଫାସୀ ଦିଆଯାଉ ନଚେତ ପୋଡି ମାରିଦିଆଯାଉ ,ମତେ ଭୟ ଲାଗୁଚି କି ମୋର ଏମିତି ଏକ ପୁଅ ଥିଲା ଯିଏ ଜଣେ ଯୁବତୀ କୁ ଧର୍ଷଣ କରି ପୋଡି ମାରିଦେଇଛି I ମୋର ବି ଗୋଟେ ଝିଅ ଅଛି ,ମୁଁ ବି ମା କେମିତି ଏହାକୁ ଗ୍ରହଣ କରିବି I ଏବେ ସବୁଆଡେ ଏହି ଚାରି ଜଣଙ୍କୁ ଫାସୀ ଦେବାକୁ ଦାବି କରାଯାଉଥିବା ବେଳେ ସେମାନଙ୍କ ମଧ୍ୟାହ୍ନ ଭୋଜନ କୁ ନେଇ ଜୋରଦାର ଚର୍ଚା ହେଉଛି I ମଧ୍ୟାନ ଭୋଜନ ରେ ସେମାନଙ୍କୁ ଭାତ-ଡାଲି ଏବଂ ମଟନ ତରକାରୀ ଖାଇବାକୁ ଦିଆଯାଇଛି। ଏହାକୁ ନେଇ ସବୁ ମହଲ ରେ ପୁଣି ଅସନ୍ତୋଷ ଦେଖାଯାଇଛି I ଲୋକମାନଙ୍କ କହିବାନୁଯାୟୀ ସେମାନେ ଏଭଳି କୁକର୍ମ କରିଛନ୍ତି ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ ତାଙ୍କୁ ତୁରନ୍ତ ଫାସୀ ଦିଆନଯାଇ କାହିଁକି ସୁରକ୍ଷିତ ଭାବରେ ଜେଲ୍ ରେ ରଖାଯାଇ ଭିଆଇପି ଟ୍ରିଟମେଣ୍ଟ କରାଯାଉଛି ?

Leave a Reply

Your email address will not be published. Required fields are marked *