ପୁରୀରେ ଗଣଦୁଷ୍କର୍ମ: ରକ୍ଷକ ସାଜିଲା ଭକ୍ଷକ ,ଘରେ ଛାଡ଼ିଦେବେ କହି ବନ୍ଦ ଘରେ ଧର୍ଷଣ କଲା ପୋଲିସ

ନିର୍ଭୟା ପରେ ହାଇଦ୍ରାବାଦ ରେ ଡାକ୍ତର ଯୁବତୀ ଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଇଥିବା ଘଟଣା କୁ ନେଇ ସାରା ଭାରତ ଏବେ ହଇଚଇ ସୃଷ୍ଟି ହେଇଥିବା ବେଳେ ଓଡିଶା ରେ ପୁଣି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି I ତାହା ପୁଣି ଶ୍ରୀକ୍ଷେତ୍ର ରେ I ତେବେ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଯେ ଦୁଷ୍କର୍ମ ଅଭିଯୋଗ ଆସିଛି ଚାରି ଜଣ ପୋଲିସ ବାବୁ ଙ୍କ ନାମରେ I ସୂଚନା ଅନୁଯାଇ ପୁରୀ ର ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଜଣେ ଯୁବତୀ କାକଟପୁର ଯିବାକୁ ବସ କୁ ଅପେକ୍ଷା କରିଥିଲେ କିନ୍ତୁ ବହୁ ସମୟ ପରେ ମଧ୍ୟ କୌଣସି ବସ ଆସିନଥିଲା ଏହି ସମୟରେ ଚାରି ଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ସାହାଯ୍ୟ ର ହାତ ବଢାଇଥିଲେ I ଯୁବତୀ ଜଣଙ୍କ ସାହାଯ୍ୟ କୁ ମନାକରିଦେଇଥିଲେ ମଧ୍ୟ ଯୁବକ ମାନେ ପୋଲିସ ର ପରିଚୟ ଦେଖାଇ ଥିଲେ ଫଳରେ ଯୁବତୀ ଜଣଙ୍କ ସେମାନଙ୍କ ସହିତ ସୁରକ୍ଷିତ ମନେ କରି ବାହାରିଯାଇଥିଲେ I କିନ୍ତୁ କାମୁକ ଯୁବକ ମାନେ ଯୁବତୀ ଙ୍କୁ ପୁରୀର ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ କ୍ୱାର୍ଟର୍ସରେ ନେଇ ରଖିଥିଲେ I ଏବଂ ବନ୍ଦ ଘରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ତେବେ କୌଣସିମତେ ଯୁବତୀ ଜଣଙ୍କ ଖସିଆସି କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଯାଞ୍ଚ ଚାଲିଛି I

ସବୁଠୁ ବଡ କଥା ଯେ ଯୁବତୀ ଜଣଙ୍କ ଜଣେ ଯୁବକ ଙ୍କର ପର୍ସ ଲୁଚାଇ ରଖିଥିଲେ ଯେଉଁଥିରେ କି ଜଣେ ପୋଲିସ କନଷ୍ଟେବଳ ଙ୍କ ଆଇଡି କାର୍ଡ ରହିଛି I କନଷ୍ଟେବଳ ଙ୍କ ନାମ ଜିତେନ୍ଦ୍ର ସେଠୀ I ଘଟଣାକୁ ଅତି ଗୁରୁତ୍ୱ ଭାବେ ନେଇଛି ପୋଲିସ

One Comment on “ପୁରୀରେ ଗଣଦୁଷ୍କର୍ମ: ରକ୍ଷକ ସାଜିଲା ଭକ୍ଷକ ,ଘରେ ଛାଡ଼ିଦେବେ କହି ବନ୍ଦ ଘରେ ଧର୍ଷଣ କଲା ପୋଲିସ”

Leave a Reply

Your email address will not be published. Required fields are marked *