5000 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପୁରୀ ଫେଡ଼କୋ ଜେଇ ଏବଂ ଲାଇନ୍ ମ୍ୟାନ୍

ନିକଟରେ ଏକ ଗଣମାଧ୍ୟମ ଦ୍ୱାରା ଷ୍ଟିଙ୍ଗ ଅପରେସନ କରାଯାଇଥିଲା ଯେଉଁଥିରେ କି କିଭଳି ଜାଣିଶୁଣି ବିଦ୍ୟୁତ ବିଭାଗର ବରିଷ୍ଠ କର୍ମଚାରୀ ମାନେ ଇନଭର୍ଟର କମ୍ପାନୀ ସହିତ ଅସାଧୁ ମେଣ୍ଟ କରି ଟଙ୍କା ପାଇଁ ମନଇଛା ଅଘୋଷିତ ପାୱାର କଟ୍ କରୁଥିଲେ ତାହାର ଗୁମର ଖୋଲିଥିଲା I ଏହାପରେ ବିଦ୍ୟୁତ ବିଭାଗ ର 4ଜଣ ଯନ୍ତ୍ରୀ ଏବଂ 2ଜଣ କାର୍ଯ୍ୟନିର୍ବାହୀ ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା I ଘଟଣା ଟି ମନରୁ ଲିଭି ନଥିବା ବେଳେ ଏବେ ପୁଣି ଜଣେ ବିଦ୍ୟୁତ ଯନ୍ତ୍ରୀ ଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I ସୂଚନା ଅନୁଯାଇ ଘଟଣାଟି ପୁରୀ ବିଦ୍ୟୁତ ଡିଭିଜନ ର ସାକ୍ଷୀଗୋପାଳ ସବ ଡିଭିଜନ ର I ଏହି ସବ ଡିଭିଜନ ଅନ୍ତର୍ଗତ ସାକ୍ଷୀଗୋପାଳ 2ସେକ୍ସନ ର ଫେଡ଼କୋ ଜେଇ ବିଘ୍ନରାଜ ମହାନ୍ତି ଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I

ଏହି ଅଞ୍ଚଳ ର ଧାନକେରା ଗ୍ରାମର ଜଣେ ଉପଭୋକ୍ତା ସୁରେଶ ଚନ୍ଦ୍ର ଦାସ ଙ୍କ ଘରେ ବିଦ୍ୟୁତ କର୍ମଚାରୀ ମାନେ କିଛିଦିନ ତଳେ ଚଢ଼ାଉ କରି ପେନାଲଟି କରିଥିଲେ I ଏନେଇ ସୁରେଶ ଦାୟିତ୍ୱ ରେ ଥିବା ଜେଇ ଙ୍କୁ ଯୋଗାଯୋଗ କରିବାରେ ଧାର୍ଯ୍ୟ ହେଇଥିବା ଜୋରିମାନା ବାବଦକୁ ଜେଇ 5000 ଲାଞ୍ଚ ମାଗିଥିବା ସୁରେଶ ଭିଜିଲାନ୍ସ ରେ ଜଣାଇଥିଲେ Iଆଜି ପୂର୍ବ ନିର୍ଧାରିତ ଅନୁଯାଇ ଫେଡ଼କୋ ଜେଇ ଅଫିସ କାର୍ଯ୍ୟାଳୟ ବାହାରେ ଥିବାବେଳେ ସୁରେଶ ତାଙ୍କୁ ଟଙ୍କା ଦେଇଥିଲେ ଏବଂ ଜେଇ ବିଘ୍ନରାଜ ମହାନ୍ତି ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ବିଭାଗ ର ଅଫିସର ତାଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ଠାରୁ ଟଙ୍କା ଜବତ କରାଯାଇଥିଲା I ଜେଇ ଙ୍କ ସହିତ ଲାଇନମ୍ୟାନ ଦେବି ପ୍ରସାଦ ନାୟକ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା i  ଜେଇ ଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ପଠାଇଦିଆଯାଇଛି I ତେବେ ଏନେଇ ଜେଇ ବିଘ୍ନରାଜ ମହାନ୍ତି ଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ ସମ୍ପୃକ୍ତ ଉପଭୋକ୍ତା ତାଙ୍କୁ ଜାଣିଶୁଣି ଫସାଇଦେଇଛନ୍ତି ,ଅନୈତିକ ବିଦ୍ୟୁତ ବ୍ୟବହାର କରୁଥିବାରୁ ତାଙ୍କ ଘରେ ଚଢ଼ାଉ କରାଯାଇ ଜୋରିମାନା କରାଯାଇଥିଲା ଏବଂ ନିର୍ଧାରିତ ଅର୍ଥ ଅଫିସ ରେ ଦାଖଲ କରିବାକୁ ସେ ସୁରେଶ ଙ୍କୁ କହିଥିଲେ ,ସୁରେଶ ଅଫିସ ସମୟରେ ଅଫିସ କାର୍ଯ୍ୟାଳୟ ରେ ତାଙ୍କୁ ଟଙ୍କା ଦେବାପରେ ସେ ରସିଦ ଦେବାକୁ ଯିବା ସମୟରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି I ଜେଇ କହିଛନ୍ତି ଯେ ତାଙ୍କର ଯଦି ସେଭଳି ଉଦେଶ୍ୟ ଥାଆନ୍ତା ତେବେ ସେ ଅଫିସ କାର୍ଯ୍ୟାଳୟ ରେ ସମସ୍ତ ଙ୍କ ସାମ୍ନାରେ କାହିଁକି ଟଙ୍କା ଗ୍ରହଣ କରିଥାନ୍ତେ ? ଘଟଣାର ଉଚିତ ବିଚାର କରାଯାଇ ତାଙ୍କୁ ନ୍ୟାୟ ଦେବାକୁ ଜେଇ ଅନୁରୋଧ କରିଛନ୍ତି I ସୂଚନା ଥାଉ କି ସେସୁ ଦ୍ୱାରା ଫ୍ରାଞ୍ଚାଇଜ ଭାବରେ ଫେଡ଼କୋ ପୁରୀ ରେ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଏବଂ ଶୁକ୍ଳ ଆଦାୟ ଦାୟିତ୍ୱ ପାଇଁ ଦିର୍ଘ 6 ବର୍ଷରୁ ଉର୍ଧ ସମୟ ଧରି ନିୟୋଜିତ ହେଇଛି

Leave a Reply

Your email address will not be published. Required fields are marked *