ପୁଣି ପୁରୀରେ ଲଜ୍ୟା ,ଫୁଲ ତୋଳିବାକୁ ଯାଇଥିବା ବେଳେ ୨ ନାବାଳିକା ଙ୍କୁ ଯୌନଶୋଷଣ

ଶ୍ରୀକ୍ଷେତ୍ରରେ ପୋଲିସ ଦ୍ୱାରା ଦୁଷ୍କର୍ମ ହେବା ଘଟଣାକୁ ନେଇ ଦୁଇଦିନ ଧରି ଖବର ର ଶୀର୍ଷକ ପାଲଟିଥିବା ପୁରୀ ରେ ପୁଣି ଦେଖିବାକୁ ମିଳିଛି ଲଜ୍ୟା I ଦୁଇଜଣ ନାବାଳିକା କୁ ଯୌନଶୋଷଣ ହେଇଥିବା ଅଭିଯୋଗ ହେଇଛି I ପ୍ରାପ୍ତ ସୂଚନା ଅନୁଯାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ଥାନା ର ଶୁକଳ ପଞ୍ଚାୟତ ମାର୍କଣ୍ଡପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି I ଏହି ଗ୍ରାମର ଦୁଇ ନାବାଳିକା ଗତ ରବିବାର ରେ ଫୁଲ ତୋଳୁଥିବା ସମୟରେ ସେହି ଗ୍ରାମର ଶିବ ଜେନାଙ୍କ ପୁଅ ସନ୍ତୋଷ ଓରଫ ଲିଟୁ ଦୁଇ ନାବାଳିକା ଙ୍କୁ ଜାବୁଡି ଧରି ଅତି ଅଶ୍ଳୀଳ ଭାବ ପ୍ରଦର୍ଶନ କରିବା ସହିତ ଦୁଷ୍କର୍ମ ପାଇଁ ଚେଷ୍ଟା କରିଥିଲା I ଦୁଇ ନାବାଳିକା ଲିଟୁର ହାତକୁ କାମୁଡି ଦେଇ ସେଠାରୁ ଚାଲି ଆସିଥିଲେ ମଧ୍ୟ ଲିଟୁ ସେମାନଙ୍କ ପିଛା କରିଥିଲା I ଘଟଣା ଜଣାପଡିବା ପରେ ଦୁଇ ନାବାଳିକା ଙ୍କ ଅଭିଯୁକ୍ତ କକା ସତ୍ୟବାଦୀ ଥାନାରେ ଏତଲା ଦେଇଛନ୍ତି I ଥାନାଧିକାରୀ ସନ୍ତୋଷ ଙ୍କ ନାମରେ ଆଇପିସି ଧାରା ସହିତ ପକ୍ସୋ ଆକ୍ଟ ଲଗାଇ ମାମଲା ଦାଏର କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଯୁବକ ସନ୍ତୋଷ ଫେରାର ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *