ଭୋକ ଲାଗିଲେ ଖାଇବାକୁ ନପାଇ ଉପାସ ରେ ସୋଇପଡୁଥିଲେ ଆଜି ହେଲେ ଦେଶର ସର୍ବକନିଷ୍ଠ ଆଇପିଏସ ଅଫିସର

କୁହାଯାଏ ନିଷ୍ଠା ଆଗରେ ଦରିଦ୍ରତା ର କୌଣସି ମାନେ ନଥାଏ I କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଜଣେ ସଫଳତା ପାଇପାରିବ ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସାଫୀନ୍ ହାସନ I ସେ ହେଇଛନ୍ତି ଦେଶର ସର୍ବକନିଷ୍ଠ ଆଇପିଏସ ଅଫିସର I ତାଙ୍କ ଘର ଗୁଜରାତର ସୁରତ ଜିଲ୍ଲାରେ I ବାପା ମା ବହୁ ଦାରିଦ୍ର ଭିତରେ ଗତି କରୁଥିଲେ

I ପିଲାଦିନେ ଅଭାବ ଅନଟନ ରେ ସଫିନ ଙ୍କ ଜୀବନ କଟିଛି I ଦୁଇଓଳା ଖାଇବା ଯୋଗାଇବା ତାଙ୍କ ପରିବାର ଲୋକ ଙ୍କ ପାଇଁ ମଧ୍ୟ ସମ୍ଭବ ହେଇନଥିଲା I ତାଙ୍କ ବାପା ଇଟା ଭାଟି ରେ କାମ କରୁଥିବା ସମୟରେ ମା ପଡୋଶୀ ଘରେ କାମ କରୁଥିଲେ I କିନ୍ତୁ ପିଲାଦିନୁ ଭଲ ପାଠ ପଢୁଥିଲେ ସେ I ଆଜି ଦେଶର ସର୍ବକନିଷ୍ଠ ଆଇପିଏସ ହେବାପରେ ସଫିନ କହିଛନ୍ତି କି ଦିନେ ତାଙ୍କ ଅଞ୍ଚଳ କୁ ଜିଲ୍ଲାପାଳ ଆସିଥିଲେ ତାଙ୍କୁ ସମସ୍ତେ ବହୁତ ଶ୍ରଦ୍ଧା ସହିତ ସନମାନ ଦେଇଥିଲେ ଏହାକୁ ଦେଖି ସଫିନ ତାଙ୍କ ମାଉସୀ ଙ୍କୁ ପଚାରିଥିଲେ କି ୟାଙ୍କୁ ଏତେ ଇଜ୍ଜତ କାହିଁକି ଦିଆଯାଉଛି ? ଉତ୍ତର ରେ ମାଉସୀ କହିଥିଲେ କି ସେ ଜିଲ୍ଲାର ଜିଲ୍ଲାପାଳ,ବହୁତ ପାଠ ପଢିଛନ୍ତି I ସେହିଦିନଠୁ ଜିଲ୍ଲାପାଳ ହେବାକୁ ବହୁତ ପାଠ ପଢୁଥିଲେ ସଫିନ I ଲକ୍ଷ ଥିଲା ଯେମିତି ବି ହେଉ ସେ ଜିଲ୍ଲାପାଳ ହିଁ ହେବେ I ସରକାରୀ ସ୍କୁଲରୁ ପଢି ଦଶମରେ ୯୨ ପ୍ରତିଶତ ମାର୍କ ରଖିଥିଲେ ଏବଂ ପରେ ଏକ ପବ୍ଲିକ ସ୍କୁଲରେ ପାଠ ପଢିଥିଲେ I ପରୀକ୍ଷା ଫି ଭରଣା କରିବାକୁ ନିଜେ ଟିଉସନ କରୁଥିଲେ I ଆଉ ଆଜି ନିଜ ଲକ୍ଷ ସ୍ଥଳରେ ପହଞ୍ଚିପାରିଛନ୍ତି I ପ୍ରଥମଥରରେ ଆଇପିଏସ ହେଇପାରିଛନ୍ତି I

Leave a Reply

Your email address will not be published. Required fields are marked *