ସ୍ୱିପର ସାଜିଛନ୍ତି ନର୍ସ ,ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱିପର ଇଞ୍ଜେକସନ୍ ଦେଉଛନ୍ତି ରୋଗୀଙ୍କୁ

ରାଜ୍ୟ ରେ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇପଡିଥିବା ବେଳେ ନିକଟରେ 5T ସଚିବ ସବୁ ହସ୍ପିଟାଲ ବୁଲି ତଦାରଖ କରୁଥିଲେ I ଏପରିକି ଫଇସଲା ଅନ ଦି ସ୍ପଟ ରେ ମଧ୍ୟ ନେଉଥିବାର ଚର୍ଚା ହେଉଛି କିନ୍ତୁ ଯାହା ପୂର୍ବରୁ ଥିଲା ଏବେ ସେୟା ହିଁ ରହିଯାଇଛି I ଏପରିକି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରୁ ଏଭଳି ଖବର ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଦେବ I ଢେଙ୍କାନାଳ ସଦର ମହକୁମା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଙ୍କୁ ନର୍ସ ଙ୍କ ବଦଳରେ ଇଞ୍ଜେକ୍ସନ ଦେଉଛନ୍ତି ସ୍ୱିପର I ଯାହାର କି ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି I ହସ୍ପିଟାଲ ର ମହିଳା ଭେଷଜ ୱାର୍ଡରେ ଚିକିତ୍ସା ପାଇଁ ଭର୍ତି ହେଇଥିବା ରୋଗୀମାନଙ୍କୁ ଇଞ୍ଜେକସନ ଦେଉଛନ୍ତି ସ୍ୱିପର ,ସେ ବି ହସ୍ପିଟାଲ ର ନୁହନ୍ତି ଜଣେ ଅସ୍ଥାୟୀ କର୍ମଚାରୀ I

ହସ୍ପିଟାଲ ଝାଡୁ କରିବା ,ରୋଗୀମାନଙ୍କ ବେଡସିଟ ବଦଳେଇବା, ଏସବୁ କାମ ସ୍ୱିପର ଙ୍କର ହେଇଥିବା ବେଳେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲ ରେ ସ୍ୱିପର ମାନେ ନର୍ସ ଙ୍କ ସ୍ଥାନ ନେଇଛନ୍ତି I ତେବେ କାହା ନିର୍ଦେଶ ରେ ଏପରି ଚାଲିଛି ଏବଂ ରୋଗୀ ମାନେ କେତେ ସୁରକ୍ଷିତ ତାହା ସାଧରଣରେ ପ୍ରଶ ସୃଷ୍ଟି କରିଛି I ଏହା ଢେଙ୍କାନାଳ ର ମୁଖ୍ୟ ହସ୍ପିଟାଲ ହେଇଥିବା ବେଳେ ସ୍ୱିପର ମାନଙ୍କ ଭରସାରେ ଚାଲିଛି ଅନ୍ୟ ହସ୍ପିଟାଲ ର ଅବସ୍ଥା ସହଜରେ ଅନୁମେୟ I

Leave a Reply

Your email address will not be published. Required fields are marked *