ଯଦି ଜହ୍ଲାଦ ନାହାନ୍ତି ମତେ ନିଯୁକ୍ତି କର, ମୁଁ ମାଗଣାରେ ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଫାଶୀ ଦେବି ।

ନିକଟରେ ହାଇଦ୍ରାବାଦ ଘଟଣା ସମସ୍ତଙ୍କ ମନକୁ ଥରାଇ ଦେଇଥିବା ବେଳେ ପୁଣିଥରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ସାମ୍ନା କୁ ଆସିଛି I ଦୁଷ୍କର୍ମ ରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତ ରାଜକ୍ଷମା ଆବେଦନ କରିଥିଲେ ମଧ୍ୟ ରାଷ୍ଟ୍ରପତି କୌଣସି ନିଷ୍ପତି ନେଇନାହାନ୍ତି I ଏବେ ରାଷ୍ଟ୍ରପତି ଙ୍କ ନିଷ୍ପତି କୁ ଅପେକ୍ଷା କରାଯାଇଛି ,ରାଷ୍ଟ୍ରପତି ରାଜକ୍ଷମା ଆବେଦନ କୁ ଖାରଜ କରିବା ନିଷ୍ପତି ଶୁଣାଇବା ପରେ ହିଁ ଅଭିଯୁକ୍ତ ଙ୍କୁ ଫାସୀ ଦଣ୍ଡାଦେଶ ଶୁଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ I ତେବେ ଫାସୀ ଦେବାକୁ ଜହ୍ଲାଦ ନଥିବା ବେଳେ ଜଣେ ଯୁବକ ଏବେ ସାମ୍ନା କୁ ଆସିଛନ୍ତି I ରାଷ୍ଟ୍ରପତି ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କି ଯଦି ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଜହ୍ଲାଦ ନାହାନ୍ତି ତେବେ ତାଙ୍କୁ ନିୟୋଜିତ କରାଯାଉ ସେ ଅଭିଯୁକ୍ତ ମାନଙ୍କୁ ଫାସୀ ଦେବେ I

ଯୁବକ ଜଣଙ୍କ ନାମ ରବି କୁମାର ଏବଂ ତାଙ୍କ ଘର ହିମାଚଳ ପ୍ରଦେଶରେ I ସୂଚନା ଥାଉ କି ସାରା ଭାରତ ରେ ଚହଳ ସୃଷ୍ଟି କରିଥିବା ୨୦୧୨ର ନିର୍ଭୟା କାଣ୍ଡ ରେ ୬ ଜଣ ସାମିଲ ଥିଲେ I ଜଣେ ନାବାଳକ ଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ରାମ ସିଂ ନିଜେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ I ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ରେ ଝୁଲାଇବାକୁ ସୁପ୍ରିମକୋର୍ଟ ଶୁଣାଇ ସାରିଛନ୍ତି I

Leave a Reply

Your email address will not be published. Required fields are marked *