ପ୍ରଥମଥର ପାଇଁ 4 ଦୁଷ୍କର୍ମକାରୀ ଙ୍କୁ ରାତି ଅଧରେ ଗୁଳି କରିଦେଲା ପୋଲିସ ,ନ୍ୟାୟ ପାଇଲେ ପ୍ରିୟଙ୍କା

odishaexclusive.in

ସକାଳ ହେଉ ହେଉ ଏକ ଏମିତି ଖବର ଆସିଲା ଯାହା ସାରା ଦେଶ କୁ ସ୍ତବ୍ଧ କରିଦେଇଛି I ଖୁସି ରେ ପାଗଳ ହେଇଯାଇଛନ୍ତି ଅଧିକାଂଶ ,ସକାଳୁ ସକାଳୁ ଜଣାପଡିଲା କି ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଙ୍କୁ ଧର୍ଷଣ କରି ହତ୍ୟା କରିଥିବା 4ଅଭିଯୁକ୍ତ ଆଉ ନାହାନ୍ତି I ଗତକାଲି ରାତିରେ ପୋଲିସ ଏନକାଉଣ୍ଟରେ କରି ମାରି ଦେଇଛି I

ଘଟଣାଟି ଏବେ ଖୁବ ଯୋରର ରେ ଭାଇରଲ ହେବାରେ ଲାଗିଛି I ଏନେଇ ଖୋଦ ପୋଲିସ ମଧ୍ୟ ସୂଚନା ଦେଇଛନ୍ତି ଯେ ଯେହେତୁ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ ତେଣୁ ତାଙ୍କୁ ବାଧ୍ୟ ହେଇ ଏନକାଉଣ୍ଟର କରାଯାଇଛି I ସୂଚନା ଥାଉ କି ପଶୁ ଡାକ୍ତର ପ୍ରିୟଙ୍କା କାର୍ଯ୍ୟରୁ ଫେରୁଥିବା ସମୟରେ ଚାରି ଜଣ ଯାଙ୍କ ତାଙ୍କୁ ଧର୍ସଣ କରିବା ସହିତ ଜିଅନ୍ତା ପୋଡି ଦେଇଥିଲେ I ପରେ ଚାରି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା I ଚାରି ଜଣଙ୍କୁ ତୁରନ୍ତ ଫାସୀ ଦେବାକୁ ଦାବି କରାଯାଉଥିବା ବେଳେ ଆଜି ସକାଳୁ ସେମାନଙ୍କୁ ଏନକାଉଣ୍ଟର ରେ ମାରିଦିଆଯାଇଛି I ଏନେଇ ପୋଲିସ କହିଛି ଯେ ମାମଲାର ଯାଞ୍ଚ ପାଇଁ ଚାରି ଅଭିଯୁକ୍ତ ଙ୍କୁ ଘଟଣା ସ୍ଥଳକୁ ନିଆଯାଇଥିବା ବେଳେ ଚାରି ଜଣ ଖସି ପଳାଇବାକୁ ଚେଷ୍ଟା କରିଥିଲେ I ଫଳରେ ବାଧ୍ୟହେଇ ପୋଲିସ ଗୁଳି ଚାଳନା କରିଥିଲା ଏବଂ ସେହିଠାରେ ଟଳି ପଡ଼ିଥିଲେ ଅଭିଯୁକ୍ତ ମାନେ I

2 Comments on “ପ୍ରଥମଥର ପାଇଁ 4 ଦୁଷ୍କର୍ମକାରୀ ଙ୍କୁ ରାତି ଅଧରେ ଗୁଳି କରିଦେଲା ପୋଲିସ ,ନ୍ୟାୟ ପାଇଲେ ପ୍ରିୟଙ୍କା”

Leave a Reply

Your email address will not be published. Required fields are marked *