ଦୁଷ୍କର୍ମକାରୀ ଙ୍କୁ ଏନକାଉଣ୍ଟର କରି ଅଡୁଆ ରେ ହାଇଦ୍ରାବାଦ ପୋଲିସ ,ଏନ୍‌ଏଚ୍‌ଆରସି ର ନୋଟିସ

HYDERABADA GANGRAPE

ସାରା ଦେଶରେ ଚର୍ଚା ଧରିଥିବା ହାଇଦ୍ରାବାଦ ର ଡାକ୍ତର ଙ୍କୁ ଧର୍ଷଣ ପରେ ହତ୍ୟା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଙ୍କୁ ପୋଲିସ ଏନକାଉଣ୍ଟର କରିବା ପରେ ଏବେ ସବୁ ମହଲ ରୁ ଜୋରଦାର ସ୍ୱାଗତ କରାଯାଉଛି I ପୋଲିସ ର ଏଭଳି ପଦକ୍ଷେପ କୁ ସମସ୍ତେ ଖୁସି ର ସହିତ ଉତ୍ସବ ମନାଉଥିବା ବେଳେ ,ସୋସିଆଲ ମିଡିଆରେ ଏନକାଉଣ୍ଟର ସ୍ପେସାଲିଷ୍ଟ ତଥା ଅସଲି ହିରୋ ବିଶ୍ୱନାଥ ସଜ୍ଜନର ଆଇପିଏସ ଙ୍କ ପ୍ରସଂଶା ହେବାରେ ଲାଗିଛି I କିନ୍ତୁ ଏହି ଘଟଣା ପରେ କିଛି ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିବା ସହିତ
ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ଏହା ବିରୁଧରେ ସ୍ୱର ଉତ୍ତୋଳନ କରିଛି I ଏପରିକି ନିଜେ ମାମଲା ମଧ୍ୟ ରୁଜୁ କରିଛନ୍ତି ଏନ୍‌ଏଚ୍‌ଆରସି INDIA TOP TEN POLICE STATION

। କେଉଁଭଳି ପରିସ୍ଥିତି ରେ ଏପରି ଏନକାଉଣ୍ଟର କରାଗଲା ତାହାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି I କିନ୍ତୁ ବିଶ୍ୱନାଥ ସଜ୍ଜନର କହିଛନ୍ତି କି ଆମେ ସମସ୍ତ ତଦନ୍ତ ର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ I ଆମ ଦ୍ୱାରା କୌଣସି ଭୁଲ ହେଇନାହିଁ ଆମେ ଯାଞ୍ଚ କରିବା ସମୟରେ ଚାରି ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିବା ସହିତ ଓଲଟା ପୋଲିସ ଉପରକୁ ଗୁଳି ଚଳାଇଥିଲେ ଫଳରେ ବାଧ୍ୟ ହେଇ ପୋଲିସ ଏନକାଉଣ୍ଟର କରିଥିଲା I

Leave a Reply

Your email address will not be published. Required fields are marked *