ପ୍ରକାଶ ହେଲା ଦେଶର ଟପ-୧୦ ଥାନା , ଓଡିଶାର ଗୋଟିଏ ବି ଥାନା ସ୍ଥାନ ପାଇଲାନି

odishaexclusive

ନିକଟରେ ହାଇଦ୍ରାବାଦ ଘଟଣା ସାରା ଦେଶକୁ ଚହଲାଇ ଦେଇଥିବା ବେଳେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିବାରେ ଲାଗିଛି I ଡାକ୍ତରୀ ଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଇଥିବା ଚାରି ଅଭିଯୁକ୍ତ ଙ୍କୁ ଯେଉଁଭଳି ଭାବରେ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଲା ତାହାକୁ ନେଇ ସବୁ ମହଲ ରେ ସ୍ୱାଗତ କରାଯାଉଛି I INDIA TOP TEN POLICE STATION

ତେବେ ଏହି ସମୟରେ ଭାରତର ଶ୍ରେଷ୍ଠ 10ଟି ଥାନାର ନାମ ପ୍ରକାଶ ପାଇଛି ଯେଉଁଥିରେ କି ତେଲେଙ୍ଗାନା ଅଷ୍ଟମ ସ୍ଥାନରେ ରହିଛି I କିନ୍ତୁ ଦୁଃଖର ବିଷୟ ଓଡିଶା ର ଗୋଟିଏ ବି ଥାନା ଏହି ଲିଷ୍ଟ ରେ ନାହିଁ I ଲୋକଙ୍କ ଥାନା ପ୍ରତି ବିଶ୍ୱାସ ,ସମ୍ପତ୍ତି ସମ୍ପର୍କିତ ମାମଲାର ତ୍ୱରିତ ନ୍ୟାୟ ,ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରେ ଦୋଷୀଙ୍କୁ ଦଣ୍ଡ ,ଏହି ସବୁ ବିଷୟକୁ ନେଇ ଦେଶର ଶ୍ରେଷ୍ଠ 10ଟି ଥାନା ଲିଷ୍ଟ କରାଯାଇଛି I ପ୍ରଥମ ରେ ଟି ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ର ଅବେରଦିନ ଥାନା ,2 ନମ୍ବର ରେ ଗୁଜୁରାଟ, 3ନମ୍ବର ରେ ମଧ୍ୟପ୍ରଦେଶ, 4ରେ ତାମିଲନାଡୁ, 5ରେ ଅରୁଣାଚଳ ପ୍ରଦେଶ,6ରେ ଦିଲ୍ଲୀ ,7ରେ ରାଜସ୍ଥାନ,8ରେ ତେଲେଙ୍ଗାନା ,9ରେ ଗୋଆ ଏବଂ 10ରେ ମଧ୍ୟପ୍ରଦେଶ ସ୍ଥାନ ପାଇଥିବା ବେଳେ ଓଡିଶା ଏହି ଲିଷ୍ଟ ରୁ ବାଦ ପଡିଛି I ଅଧିକ ଖବର ପାଇଁ ଓଡିଶା Exclusive ର ଫେସବୁକ ପେଜ୍ ଲାଇକ ଏବଂ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *