ଟ୍ରାଫିକ ନିୟମ ପରେ ଏବେ ବିଦ୍ୟୁତ ବିଭାଗରେ କଡା ନିୟମ ବକେୟା ନଦେଲେ ନିସ୍ତାର ନାହିଁ

ODISHA ELECTRICITY

ବିଦ୍ୟୁତ ବିଭାଗ ରେ ସର୍ବାଧିକ ବକେୟା ଉପଭୋକ୍ତା ଏବଂ ଇଣ୍ଡଷ୍ଟ୍ରି ଉପରେ ରହିଥିବା ବେଳେ ବିଶେଷ କରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ସେସୁ I ଆର୍ଥିକ ସଙ୍କଟ ରୁ ସେସୁ କୁ ଉଦ୍ଧାର କରିବାକୁ ଫ୍ରାଞ୍ଚାଇଜ ଦିଆଯାଇଥିଲେ ମଧ୍ୟ ,ଫ୍ରାଞ୍ଚାଇଜ ଗୁଡିକ ବିଫଳ ହେଇଛନ୍ତି ,ଏପରିକି ନିକଟ ଅତୀତ ରେ ଆରୟୁପିଏଲ ଏବଂ ଏସୟୁପିଏଲ ଭଳି ଫ୍ରାଞ୍ଚାଇଜ ସେସୁ ରେ ଓଲଟା କ୍ଷତି କରାଇ ନାଲି ଆଖି ଦେଖାଇବାକୁ ପଛାଇନଥିଲେ I ପାଖାପାଖି 2000କୋଟି ଟଙ୍କାର ବକେୟା ବିଦ୍ୟୁତ ଗ୍ରାହକ ଙ୍କ ଉପରେ ରହିଥିବା ବେଳେ ଆଜି ସେସୁ ସିଇଓ ଅରୁଣ ବୋଥ୍ରା ପ୍ରେସ୍ ମିଟ୍ କରି କହିଛନ୍ତି ଯେ ସେସୁ ରେ ଅତ୍ୟଧିକ ବକେୟା ପାଇଁ ରକ୍ଷଣାବେକ୍ଷଣ ସମ୍ଭବ ହେଇପାରୁନି ସେଥିପାଇଁ ସମସ୍ତ ଉପଭୋକ୍ତା ଙ୍କୁ ଜଣାଇ ଦିଆ ଯାଉଛି କି ସେମାନେ ଜାନୁଆରୀ 15ଭିତରେ ସେମାନଙ୍କର ବକେୟା ବିଦ୍ୟୁତ ଶୁକ୍ଳ ଦାଖଲ କରନ୍ତୁ ନଚେତ ସେସୁ ବାଧ୍ୟ ହେବ ବିଦ୍ୟୁତ ବିଛିର୍ଣ୍ଣ କରିବାକୁ I

Leave a Reply

Your email address will not be published. Required fields are marked *