ଶେଷରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଓଡ଼ିଆ ସିନେ ଜଗତର ହ୍ୟାଣ୍ଡସମ ହିରୋ ଅମ୍ଲାନ I ସବୁବେଳେ ତାଙ୍କ ଫ୍ୟାନ ମାନଙ୍କର ଗୋଟିଏ ପ୍ରଶ୍ନ ଥିଲା କେବେ ବିବାହ ବନ୍ଧନ ରେ ବାନ୍ଧିହେବେ ଅମ୍ଲାନ I ଗତ ରବିବାର 8ତାରିଖ ରେ ଅମ୍ଲାନ ଙ୍କର ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ଫେବୃଆରୀ 7ତାରିଖ ରେ ବୈଦିକ ମତେ ବିବାହ କରିବେ ଅମ୍ଲାନ I
ଓଲିୟୁଡ଼ ର ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ପୁଅ ଅମ୍ଲାନ ଦାସ 2013 ରେ ଟାର୍ଗେଟ ଜରିଆରେ ପାଦ ରଖିଥିଲେ ମଧ୍ୟ ପ୍ରଥମ ଚଳଚିତ୍ର ରେ ସେତେଟା ଲୋକପ୍ରିୟ ହେଇପାରିନଥିଲେ ପରେ ତୁ ମୋ ଦେହର ଛାଇ ,ନୂଆ ନୂଆ ପ୍ରେମ ,ଗୋଲାପୀ ଗୋଲାପୀ ,ପାଗଳ କରିଛୁ ତୁ ,କଲେଜ ଟାଇମ ,ତୁ କହିବୁ ନା ମୁଁ ,ତୋର ଦିନେ କୁ ମୋର ଦିନେ ,ଚିନି ,ସପନର ପଥେ ପଥେ,ବଜରଂଗୀ ଭଳି ଫିଲ୍ମ ରେ ନଜର ଆସିଥିଲେ ନିକଟରେ ଆଗକୁ ରାଜା ସାହେବ ର ସୁଟିଂ ଚାଲିଛି I ୟା ମଧ୍ୟରେ ଲୋକଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଥିବା ଅମ୍ଲାନ ଙ୍କ ହୃଦୟରେ ଭୂମିକା ନିଜର ସ୍ଥାନ ହାସଲ କରିନେଇଛନ୍ତି I

ସିନେ ଜଗତ ସହିତ କୌଣସି ସମ୍ପର୍କ ନଥିବା ଭୂମିକା ଏବଂ ଅମ୍ଲାନ ଙ୍କର ନିର୍ବନ୍ଧ ସରିଯାଇଥିବା ବେଳେ ଆସନ୍ତା ଫେବୃଆରୀ ରେ ବିବାହ ହେବ I ନିର୍ବନ୍ଧ ରେ ଉଭୟ ପରିବାର ର ସଦସ୍ୟ ଙ୍କ ଉପସ୍ତିତି ରେ କଟକ ରେ ମୁଦି ପିନ୍ଧା ଯାଇଥିଲା I
Amlan kebe handsome hele?