ମନ କିଣିନେଲେ ପାଣ୍ଡିଆନ ,ସହାୟତା ପରେ ଏବେ ସୁସ୍ଥ ହେଉଛନ୍ତି ଭଦ୍ରକ ର ଇଣ୍ଡିଆନ ଆଇଡ଼ଲ ଫ୍ରେମ ଜଗା

Odishaexclusive.in

ଭଦ୍ରକ ରୁ ସୋନୀ ଟିଭି ର ଇଣ୍ଡିଆନ ଆଇଡ଼ଲ ଶୋ ରେ ନିଜ କମେଡି ଦ୍ୱାରା ଧୁମ ମଚାଇଥିଲେ ଜଗବନ୍ଧୁ ଜେନା ଓରଫ ଜଗା I ଜଗା ଙ୍କର ଏହି ନିଆରା କମେଡି ରେ ତାଙ୍କ ପ୍ରସଂଶକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏକ ସଡକ ଦୁର୍ଘଟଣା ର ଶିକାର ହେଇଥିଲେ I ନିଜ ଘର ପାଖ ହନୁମାନ ମନ୍ଦିର କୁ ଠାକୁର ଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଏକ ହାଇୱା ତାଙ୍କୁ ପିଟିଦେଇ ଚାଲିଯାଇଥିଲା I ଯନ୍ତ୍ରଣା ରେ ଜଗା ଛଟପଟ ହେଉଥିବା ବେଳେ ସମସ୍ତେ କେବଳ ଫୋଟୋ ଉଠାଇବାରେ ବ୍ୟସ୍ତ ଥିଲେ I ପରେ ତାଙ୍କୁ ଭଦ୍ରକ ହସ୍ପିଟାଲ କୁ ନିଆଯାଇଥିଲା I ସେହିଦିନ 5ଟି ସଚିବ ଭି କେ ପାଣ୍ଡିଆନ ଭଦ୍ରକ ଗସ୍ତ କରିଥିବା ବେଳେ ଜଗା ଙ୍କ ବିଷୟରେ ଜାଣିବାକୁ ପାଇଥିଲେ I ତାଙ୍କୁ ଦେଖା ହେଇ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ I

ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ତରଫରୁ 50ହଜାର ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା I ଏବେ ଜଗା ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉର୍ନ୍ନତି ଆସିଥିବା ବେଳେ, ଜଗନ୍ନାଥ ତାଙ୍କୁ ବଞ୍ଚାଇଦେଲେ ବୋଲି କହିଥିବା ବେଳେ ସଚିବ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଦେଇଛନ୍ତି I

Leave a Reply

Your email address will not be published. Required fields are marked *