ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ସେଲିବ୍ରିଟି ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ,ଭିଡିଓ ସୋସିଆଲ ମିଡିଆରେ ଭାଇରଲ

ବିବାଦ ଘେର କୁ ଆସିଛନ୍ତି ଓଡ଼ିଆ ସିନେମା ର 3ଜଣ ଆଗ ଧାଡ଼ିର ନାୟିକା I ଏଲିନା ସାମନ୍ତରାୟ ,ଲଭଲି ,ପ୍ରକୃତି ମିଶ୍ର ଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଝିଅ ଦୀପାଲି I ଯେଉଁ ଜାଗାକୁ ସମସ୍ତଙ୍କୁ ବାରଣ ସେଠାକୁ କିନ୍ତୁ ଏହି 4ଜଣ ଙ୍କୁ ଦିଆଯାଇଥିଲା ପ୍ରବେଶ ର ଅନୁମତି ,କେବଳ ପ୍ରବେଶ ନୁହେଁ ସେମାନେ ସେଠାରେ ଖୋଲାଖୋଲି ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡିଛନ୍ତି I ପ୍ରାଥମିକ ସୂଚନା ଅନୁଯାଇ ପ୍ରକୃତି ମିଶ୍ର ଏହି ଭିଡିଓ କୁ ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରଲ ହେଇଥିଲା ଏବଂ ବିବାଦ ଦେଖାଦେବାରୁ ଶେଷରେ ଭିଡିଓ କୁ ଡିଲେଟ କରିଦେଇଛନ୍ତି I3 SELEBRITY IN HIRAKUD

ଏନେଇ ଏଲିନା ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ କୌଣସି ଏକ କାର୍ଯ୍ୟ ରେ ସେମାନେ ସମ୍ବଲପୁର ଯାଇଥିଲେ ଏବଂ ହୀରାକୁଦ ଡ୍ୟାମ କୁ ଯାଇଥିଲେ I ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଙ୍କ ଅନୁମତି ନେଇ ଡ୍ୟାମ ଭିତରକୁ ପ୍ରବେଶ କରିଥିଲେ କିନ୍ତୁ ତାଙ୍କର ଯେ ଭିଡିଓ ସୁଟିଂ ହେଇଥିଲା ତାହା ତାଙ୍କୁ ଜଣାନାହିଁ ,କିନ୍ତୁ ଆଇନତଃ ଏହା ଭୁଲ ,ତାଙ୍କୁ କ୍ଷମା କରିଦେବାକୁ ଏଲିନା ପ୍ରତିକ୍ରିୟା ରଖିଥିବା ବେଳେ ଅନ୍ୟମାନେ ଏଯାଏଁ କୋୖନଃଶି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *