ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ ଜାଣନ୍ତୁ କାହିଁକି

MUSARAPH GETS DEATH PENALTY

ନିକଟରେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଫାସୀ ଦିଆଯିବା ନେଇ ଜୋରଦାର ଚର୍ଚା ହେଉଥିବା ବେଳେ ଆଜି ପାକିସ୍ତାନ କୋର୍ଟ ଙ୍କ ନିଷ୍ପତି ସବୁଆଡେ ଚର୍ଚା ଧରିଛି I ଯାହା କେଭେ କେହି ଭାବିନଥିବେ ତାହାକୁ ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ I ପ୍ରଥମଥର ପାଇଁ ପୂର୍ବତନ ରାଷ୍ଟ୍ରପତି ଙ୍କୁ ଦିଆଯିବ ଫାସୀ I ପେଶାୱର ହାଇକୋର୍ଟରେ ଏହି ନିଷ୍ପତି ନିଆଯାଇଛି I କୋର୍ଟ ରେ ମୁଖ୍ୟ ବିଚାରପତି ଜଷ୍ଟିସ ବକାର ଙ୍କ ତତ୍ୱାବଧାନ ରେ ତିନି ଜଣିଆ ଖଣ୍ଡପୀଠ ବିଚାର କରି ଚୂଡାନ୍ତ ରାୟ ଘୋଷଣା କରିଛନ୍ତି I ରାୟ ଅନୁଯାଇ
୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ମୁସାରଫ ପାକିସ୍ତାନର ରାଷ୍ଟ୍ରପତି ଥିଲେ ।,ଏହି ସମୟରେ ସେ ଜରୁରୀ କାଳୀନ ସ୍ତିତି ଲାଗୁକରି ବିଚାରପତି ମାନଙ୍କୁ ଗୃହବନ୍ଦୀ କରିଥିଲେ I ୨୦୦୭ ନଭେମ୍ବର ୩ରେ ତାଙ୍କ ବିରୁଧରେ ମାମଲା ରୁଜୁ ହେବାପରେ ଶେଷରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ସେ ଦେଶ ଛାଡି ଦୁବାଇ ପଳାଇଥିଲେ I

Leave a Reply

Your email address will not be published. Required fields are marked *