ବୈଜୟନ୍ତ ଙ୍କ ପାଇଁ ଗୋଟେ ମନ୍ତ୍ରୀ ଙ୍କ ଝିଅ ପାଇଁ ଆଉ ଗୋଟେ ନିୟମ ?

ସବୁବେଳେ ମୁଖ୍ୟମନ୍ତ୍ରୀ କୁହନ୍ତି ଆଇନ ତା ବାଟରେ ଯିବ ,କିନ୍ତୁ ସତରେ କଣ ଆଇନ ନିଜ ବାଟରେ ଯାଉଛି ? ନିକଟରେ ଘଟିଥିବା ଘଟଣା ଟି ସମସ୍ତଙ୍କୁ ବାଧ୍ୟ କରୁଛି ଏଭଳି ଭାବିବାକୁ I ହୀରାକୁଦ ଡ୍ୟାମ ର ନିଷିଦ୍ଧାଞ୍ଚଳ ରେ ଓଲିଉଡ ର ତିନି ଅଭିନେତ୍ରୀ ପ୍ରକୃତି ମିଶ୍ର , ଏଲିନା ସାମନ୍ତରାୟ ଓ ଲୋଭିନା ନାୟକ ଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଝିଅ ଦିପାଲି ଙ୍କ ଭିଡିଓ ଏବଂ ସେଲ୍ଫି ସୋସିଆଲ ମିଡିଆରେ ଭାଇରଲ ହେଇଥିଲା I

ଘଟଣା ସଂକ୍ରାନ୍ତ ରେ ଏଲିନା ,ପ୍ରକୃତି କ୍ଷମା ମାଗିଥିଲେ I ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ,ନିଷିଦ୍ଧାଞ୍ଚଳ କୁ ଯଦି ଏମାନେ ଅନୁମତି ନେଇ ଗଲେ ତେବେ କିଭଳି ଫୋଟୋ ଉଠାଇଲେ ,ମୋବାଇଲ ବାରଣ କାହିଁକି କରାଯାଇନଥିଲା ,ନା ମନ୍ତ୍ରୀ ଙ୍କ ଝିଅ ଥିଲେ ବୋଲି ଅଧିକାରୀ ମାନେ କିଛି କହିପାରିନଥିଲେ ? ଘଟଣାର ତଦନ୍ତ ଚାଲିଥିବା ବେଳେ 4ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି ଅପରପକ୍ଷରେ ଏହି ଚାରି ଜଣଙ୍କ ନାମରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି I ସେହିପରି ଯଦି କିଛିଦିନ ତଳକୁ ଯିବା ,ବୈଜୟନ୍ତ ଙ୍କ ହେଲିକପ୍ଟର ରେ ଜଣେ ପର୍ଯ୍ୟଟକ ଅଭିଜିତ ଆୟାର ଚିଲିକା ଦେଇ କୋଣାର୍କ `ଯାଇଥିଲେ ଏବଂ କୋଣାର୍କ ମନ୍ଦିର କୁ ନେଇ ଟିପ୍ପଣୀ ଦେଇଥିଲେ I ଫଳରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ,ଅଭିଜିତ ଙ୍କ ଗିରଫ ଯେତିକି ଆଶ୍ଚର୍ଯ୍ୟ ହେଇନଥିଲା ବୈଜୟନ୍ତ ଙ୍କ ହେଲିକପ୍ଟର ଜବତ ସେତିକି ଚକିତ କରିଥିଲା I ଚିଲିକା ରେ ସି ପ୍ଲେନ ଉଡାଣ କରିଥିବା ବେଳେ ଏହାକୁ ଜୋର ଜବରଦସ୍ତ ବୈଜୟନ୍ତ ଙ୍କ ହେଲିକପ୍ଟର ନାମ ଦିଆଯାଇ ଜବତ କରାଯାଇଥିଲା I ଏବଂ କୁହାଯାଇଥିଲା କି ନୋ ଫ୍ଲାଇଙ୍ଗ ଜୋନ୍ ରେ ବୈଜୟନ୍ତ ହେଲିକପ୍ଟର ଉଡାଇଛନ୍ତି କିନ୍ତୁ ଚିଲିକା ନୋ ଫ୍ଲାଇଙ୍ଗ ଜୋନ୍ ରେ ଯାଉନି ଏପରିକି ଘଟଣାରେ ଟ୍ଵିଷ୍ଟ ଆସିଥିଲା ଯେବେ ଜଣାପଡିଥିଲା କି ଖୋଦ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ର ଅନ୍ୟ କିଛି ନେତା ସେହିବାଟ ଦେଇ ହେଲିକପ୍ଟର ରେ ଯାତ୍ରା କରିଥିଲେ I ଏସବୁ ପରେ ବୈଜୟନ୍ତ ଙ୍କ ହେଲିକପ୍ଟର ଛଡ଼ାଯାଇନଥିଲା ଫଳରେ ଡ଼ିଜିସିଏ ର ଦ୍ୱାରସ୍ଥ ହେଇଥିଲେ ବୈଜୟନ୍ତ ଏବଂ କ୍ଲିନ ଚିଟ ପାଇଥିଲେ ସମ୍ପୃକ୍ତ ଘଟଣା ରେ I ତେବେ କଥା ଉଠୁଛି ବୈଜୟନ୍ତ ନିଷିଦ୍ଧାଞ୍ଚଳ କୁ ନଯାଇ ତାଙ୍କ ବିରୁଧରେ ଅଭିଯୋଗ ଆସିବା ମାତ୍ରେ ପୁରୀ ଏସ୍ପି ଭାରି ଉତ୍ସାହ ର ସହିତ ତାଙ୍କ ହେଲିକପ୍ଟର ଜବତ କରିଦେଇଥିଲେ କିନ୍ତୁ ନିକଟରେ ମନ୍ତ୍ରୀ ଙ୍କ ଝିଅ ନିଷିଦ୍ଧାଞ୍ଚଳ କୁ ଯାଇଛନ୍ତି ,ସାଙ୍ଗରେ ଓଡ଼ିଆ ସିନେମା ର ତିନି ଅଭିନେତ୍ରୀ ଙ୍କୁ ମଧ୍ୟ ନେଇଛନ୍ତି I ମନ୍ତ୍ରୀ ଙ୍କ ଝିଅ ଉପସ୍ତିତି ରେ ନିଷିଦ୍ଧାଞ୍ଚଳ ର ଫୋଟୋ ଏବଂ ଭିଡିଓ ଅଭିନେତ୍ରୀ ସୋସିଆଲ ମିଡିଆରେ ଭାଇରଲ କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ କାହିଁକି ? ନା ମନ୍ତ୍ରୀ ଙ୍କ ଝିଅ ଥିଲେ ବୋଲି ଆଇନ ତା ବାଟରେ ଯିବନି ??

One Comment on “ବୈଜୟନ୍ତ ଙ୍କ ପାଇଁ ଗୋଟେ ମନ୍ତ୍ରୀ ଙ୍କ ଝିଅ ପାଇଁ ଆଉ ଗୋଟେ ନିୟମ ?”

  1. Kichi lava heba nahi sasaka dala jaha mana iccha taha karuchanti tenu vote deicha 5 years sahibaku padiba bjp ra central minister ku mana karidele kintu mantri nka jhia central minister thu b bada pada re karana bapa mantri shame shame naba babu

Leave a Reply

Your email address will not be published. Required fields are marked *