ଇତିହାସ କୁ ସୁରକ୍ଷିତ କରିବାକୁ ୬୦୯ ବର୍ଷ ପୁରୁଣା ୧୭୦୦ ଟନ୍‌ ର ମସ୍‌ଜିଦ ଘୁଞ୍ଚିଲା ୪ କି.ମି.

ସ୍ମୃତି ସ୍ମାରକୀ ହେଉଛି ଆମ ଇତିହାସ ଏବଂ ଆମ ଇତିହାସ ପାଇଁ ଆମେ ଗର୍ବିତ I ସବୁବେଳେ ଉଦ୍ୟମ କରିଥାଉ ଆମ ସ୍ମାରକୀ କୁ ସଂରକ୍ଷଣ କରିବାକୁ I କାହିଁକିନା ଆମ ଉତ୍ତର ଦାୟାଦ ଆମ ଇତିହାସ କୁ ଜାଣିବା ଦରକାର ଏହି ସ୍ମାରକୀ ମାଧ୍ୟମ ରେ I ବେଳେବେଳେ ମଧ୍ୟ ପୁରୁଣା ସ୍ମାରକୀ କୁ ନଷ୍ଟ କରିଦିଆଯାଇଥାଏ କିନ୍ତୁ ତୁର୍କୀ ରେ ଯେଉଁଭଳି ଭାବରେ ଏକ ବହୁ ପୁରୁଣା ମସଜିଦ କୁ ସୁରକ୍ଷିତ କରିବାକୁ ମୂଳ ସ୍ଥାନରୁ 4କିଲୋମିଟର ଘୁଞ୍ଚାଇ ଦିଆଗଲା ତାହା ସତରେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସ୍ୱାଗତଯୋଗ୍ୟ I ସୂଚନା ଅନୁଯାଇ ତୁର୍କୀ ରେ ହାସନକେଏଫ୍‌ କଲଚର ପାର୍କ ରେ ‘ଇର-ରିକ୍‌ଜ’ ମସ୍‌ଜିଦ ରହିଛି ,ଏହା ଦୀର୍ଘ ୬୦୯ ବର୍ଷ ପୁରୁଣା ଅଟେ I ଏଠାରେ ଏବେ ଇଲୁସ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଥିବା ବେଳେ ଡ୍ୟାମ ସମ୍ପୂର୍ଣ୍ଣ ହେଲେ ପାଖାପାଖି ଅଞ୍ଚଳ ସବୁ ପାଣିରେ ବୁଡିଯିବାର ସମ୍ଭାବନା ରହିଛି ,ଏହାକୁ ଆଖି ଆଗରେ ରଖି କିଭଳି ମସଜିଦ କୁ ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ଉଦ୍ୟମ କରାଯାଇଥିଲା I ସବୁଥିରେ ବିଫଳ ହେବାରୁ ମସଜିଦ କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତି ନିଆଯାଇଥିଲା ,କିନ୍ତୁ ଏହା ଏତେ ସହଜ ନଥିଲା I କାହିଁକିନା ମସଜିଦ ର ଓଜନ ପାଖାପାଖି ୧୭୦୦ ଟନ୍‌ ରହିଥିଲା ,ତଥାପି ଇତିହାସ କୁ ସୁରକ୍ଷିତ ରଖିବାକୁ ସେଲ୍ଫ ପ୍ରପଲ୍ଡ ମୋଡ୍ୟୁଲ୍‌ ଟ୍ରାନ୍ସପୋର୍ଟ ର ସହାୟତା ନିଆଯାଇ ମସଜିଦ କୁ ୪କିମି ଦୂରକୁ ଘୁଞ୍ଚାଯାଇ ଟାଇଗ୍ରିସ୍‌ ନଦୀତଟ ପାଖରେ ଅବସ୍ଥାପିତ କରାଯାଇଛି I ଏଭଳି ପଦକ୍ଷେପ କୁ ସବୁ ମହଲ ରୁ ସ୍ୱାଗତ କରାଯାଉଛି I

Leave a Reply

Your email address will not be published. Required fields are marked *