ଉତ୍କଳ ସାମ୍ବାଦିକ ସଙ୍ଘ ର ସମାଜସେବୀ ମାନଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧନା

Utkal sambadik union award

ଓଡିଶା Exclusive ବ୍ୟୁରୋ :ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଯାଜପୁର ଜିଲ୍ଲା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି I ଗ୍ରାମାଞ୍ଚଳ ସାମ୍ବାଦିକ ଏବଂ ସାମାଜିକ ଦାୟିତ୍ୱ ସଂକ୍ରାନ୍ତ ରେ ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ସଙ୍ଘ ସଭାପତି ଙ୍କ ସମେତ ଆଡିସନାଲ କଲେକ୍ଟର ,ଯାଜପୁର ଏସପି ,ସ୍ଥାନୀୟ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସହିତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ I ସାମ୍ବାଦିକ ମାନଙ୍କର ସମ୍ବାଦ ବ୍ୟତୀତ ସାମାଜିକ ପ୍ରତି କିଭଳି ଦାୟିତ୍ୱ ରହିବା ଦରକାର ସେ ନେଇ ଆଲୋଚନା କରାଯାଇଥିଲା ଏହାସହିତ ବିଭିର୍ଣ୍ଣ ଜିଲ୍ଲା ରୁ ସମାଜ ସେବା ରେ ମୁଖ୍ୟ ଭୂମିକା ଥିବା ସମାଜସେବୀ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା I ଏହିକ୍ରମରେ ଯାଜପୁର ର ଶିକ୍ଷକତା ସହିତ ସମାଜପାଇଁ ଅତୁଳନୀୟ ଅବଦାନ ଥିବା ମିନେକେତନ ଦାଶ ଙ୍କୁ ମାନପତ୍ର ଦିଆଯାଇ ସନମାନୀତ କରାଯାଇଛି I

Leave a Reply

Your email address will not be published. Required fields are marked *