ଶୀତରେ ଥରୁଛି ସାରା ଓଡିଶା ,ସାମାନ୍ୟ ବର୍ଷା ସହିତ ଆହୁରି ବଢିବ ଶୀତ

ହାଡଭଙ୍ଗା ଶୀତ ରେ ସାରା ସହର ଥରୁଥିବା ବେଳେ ପାଣିପାଗ ସୂଚନା ଅନୁଯାଇ ଆଜି ଏବଂ ଆସନ୍ତାକାଲି ପାଗ ଆହୁରି ଥଣ୍ଡା ରହିବ I ବିଶେଷ କରି ଅନୁଗୁଳ ,ଢେଙ୍କାନାଳ ,ମୟୁରଭଞ୍ଜ ,ବାଲେଶ୍ବର,ଭଦ୍ରକ କଟକ, ନୟାଗଡ଼ ରେ ପାରଦ ଆହୁରି 2/3 ଡିଗ୍ରୀ କମିବା ସହିତ ଥଣ୍ଡା ଅନୁଭୂତ ହେବ I ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ବହୁଥିବାରୁ ଏହାର ପ୍ରଭାବରେ ସାମାନ୍ୟ ବର୍ଷା ସହିତ ଶୀତ ର ପରିମାଣ ବୃଦ୍ଧି ହେବ I ବର୍ତମାନ ଦାରିଙ୍ଗବାଡ଼ିରେ ଓଡିଶା ର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ରହିଥିବା ବେଳେ ଅନ୍ୟ ସମସ୍ତ ଅଞ୍ଚଳ ର ହାରାହାରି ସର୍ବନିମ୍ନ ତାପମାତ୍ରା 13 ଡିଗ୍ରି ତଳେ ରହିଛି I

Leave a Reply

Your email address will not be published. Required fields are marked *