K1 Live ତରଫରୁ ସାଇମନ୍ଦିରରେ ଅନୁଷ୍ଠିତ ହେବ ଭଜନ ପ୍ରତିଯୋଗିତା

ଓଡିଶା Exclusive ବ୍ୟୁରୋ : ସାଇଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ପ୍ରଯୋଜନାରେ ଆସନ୍ତାକାଲି ୨୨ତାରିଖ ସକାଳ ୧୦ଟା ସମୟରେ ଭୁବନେଶ୍ୱର ଟଙ୍କ ପାଣିରୋଡସ୍ଥିତ ସାଇମନ୍ଦିର ପରିସରରେ ଭଜନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏହି ଭଜନ ପ୍ରତିଯୋଗିତା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ସରିଯାଇଥିବା ବେଳେ ୨୨ତାରିଖ ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଅଫଲାଇନ ରେଜଷ୍ଟ୍ରେସନ କରି ପ୍ରତିଯୋଗିତା ରେ ଭାଗ ନେଇପାରିବେ I ପ୍ରତିଯୋଗିତା ରେ ଭାଗ ନେଇଥିବା ପ୍ରତିଯୋଗୀ ଙ୍କ ମଧ୍ୟରୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଙ୍କୁ K1 Live ତରଫରୁ ପୁରଷ୍କୃତ କରାଯିବା ସହିତ ମେଗା ସାଇଭଜନ ସଂନ୍ଧ୍ୟାରେ ଗାଇବାର ସୁଯୋଗ ଦିଆଯିବ ।ଏହାସହିତ K1 Live ର ଗୀତ ରେକଡିଂ ସମୟରେ ମଧ୍ୟ ସୁଯୋଗ ଦିଆଯିବ ବୋଲି ପ୍ରତିଷ୍ଠାନ ତରଫରୁ ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *