ଆସନ୍ତୁ ଜାଣିବା ୟୁଟ୍ୟୁବ ର ଷ୍ଟାର ଗୁଲୁଆ ଙ୍କ ବିଷୟରେ ,ଗୋଟେ ଖୁସି ଆଉ ର ଅସଲ ନାୟକ

gote khusi aau

ଏବେ ସାରା ଓଡ଼ିଶାରେ ଗୋଟିଏ ଡାଇଲଗ ଫେମସ “ଗୋଟେ ଖୁସି ଆଉ ” ,ତେବେ ଏହି ଡାଇଲଗ କାହିଁକି ଏମିତି ଭାଇରଲ ହେଇଗଲା ,ଏବଂ କିଏ ଏହାକୁ କହିଥିଲେ ,ଆଜି ଚାଲନ୍ତୁ ଜାଣିବା ସେହି ଅସଲ ନାୟକ ଙ୍କ ବିଷୟରେ I ସେ ହେଉଛନ୍ତି ହାସ୍ୟକଳାକାର ମିସ୍ଟର ଗୁଲୁଆ I ଏମିତିରେ ତ ତାଙ୍କ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ I ୟୁଟୁବ ରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ I ନିକଟରେ ଟ୍ରାଫିକ ନିୟମ କୁ ନେଇକି ଏକ ଭିଡିଓ କରିଥିଲେ ଯେଉଁଥିରେ କି ଜଣେ କିନ୍ନର ବେଶରେ ତାଙ୍କୁ ଦେଖିବାକୁ ମିଳିଥିଲା I ଟ୍ରାଫିକ ପୋଲିସ ତାଙ୍କୁ ପଚାରୁଛନ୍ତି ଲାଇସେନ୍ସ ଆଣିଛ ? ଗୁଲୁଆ :ଗୋଟେ ଖୁସି ଆଉ ,ପ୍ଲୁସନ :ଗୁଲୁଆ :ଗୋଟେ ଖୁସି ଆଉ,ହେଲମେଟ ? ଗୁଲୁଆ :ଗୋଟେ ଖୁସି ଆଉ ..ଏହିଭଳି ଭାବରେ ତାଙ୍କର ଏହି ଗୋଟେ ଖୁସି ଆଉ ଡାଇଲଗ ଏମିତି ଲୋକଙ୍କ ହୃଦୟ କୁ ଛୁଇଁଯାଇଛି ଯେ ଏବେ ସବୁଆଡେ ଚର୍ଚା ହେଉଛି ‘ଗୋଟେ ଖୁସି ଆଉ I

ଆସନ୍ତୁ ଜାଣିବା ଗୁଲୁଆ ଙ୍କ ବିଷୟରେ :ନାମ ଆଶିଷ କୁମାର ଦାସ ,ବାପା ଶିକ୍ଷକତା କରନ୍ତି ,ପୁଅକୁ ମଧ୍ୟ ସରକାରୀ ଚାକିରିଆ ଭାବେ ଦେଖିବାକୁ ଚାଁହୁଥିଲେ I କିନ୍ତୁ ଶେଷରେ ରାଜଧାନୀ ରେ ଇଞ୍ଜିନିଅରିଂ ପଢିବା ସମୟରେ ଆଲବମ ଆଡକୁ ଆକର୍ଷିତ ହେଇଥିଲେ ଗୁଲୁଆ I ପରେ 2016ରେ ମୁଁ ଗାନ୍ଧୀ ନୁହେଁ ନାମକ ଏକ ଚଳଚିତ୍ର ରେ ଖଳନାୟକ ଅଭିନୟ କରିଥିଲେ ହେଁ ଲୋକଙ୍କ ନଜର କୁ ଆସିପାରିନଥିଲେ Iଜଣେ ବନ୍ଧୁ ଙ୍କ ପରାମର୍ଶ କ୍ରମେ ୟୁଟ୍ୟୁବ ରେ ନିଜର ଭିଡିଓ ଅପ୍ଲୋଡ କରିଥିଲେ ,ଯାହା ଭାଇରଲ ହେଇଯାଇଥିଲା ଏବଂ ରାତାରାତି ଗୁଲୁଆ ନାମରେ ପରିଚିତ ହେଇଯାଇଥିଲେ ଆଶିଷ I ପରେ ଇ ନିଉଜ ନାମକ ୟୁଟୁବ ରେ ତାଙ୍କ ଅଭିନୀତ କମେଡି ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିଲା I ଗୁଲୁଆ ଙ୍କର ନିକଟରେ ଦୁଇଟି ଚଳଚିତ୍ର ମଧ୍ୟ ରିଲିଜ ହେଇଚି ,ଲୋକାଲ ଟୋକା ଲଭ ଚୋଖା ରେ ବାବୁଶାନ ଙ୍କ ବନ୍ଧୁ ହେଇଥିବା ବେଳେ ଚାମ୍ପିଅନ ରେ ଅର୍ଚିତା ଙ୍କ ସହିତ ରହିଛି ଦମଦାର ଅଭିନୟ I ତେବେ ଓଡ଼ିଆ ୟୁଟ୍ୟୁବ ରେ ଆଶିଷ ଙ୍କୁ କମେଡି ବାଦଶାହା କହିଲେ ଭୁଲ ହେବନି I ଦର୍ଶକ ମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଭିଡିଓ କୁ I

Leave a Reply

Your email address will not be published. Required fields are marked *