ହାତ ଟେକିଦେଲେ ସରକାର ,ମାତ୍ର 175 କୋଟି ରେ ସେସୁ କୁ ନେଇଗଲା ଟାଟା

TATA POWER TAKE UP CESU

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି I ଶେଷରେ ସେସୁ କୁ ଅଧିଗ୍ରହଣ କରିନେଇଛି ଟାଟା ପାୱାର I ଓଡ଼ିଶାର ସବୁଠୁ ବଡ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ କୁ ଅଧିଗ୍ରହଣ କରିନେଲା ସେସୁ I ସେସୁ ର ଘରୋଇକରଣ ହେବା ନେଇ ଚର୍ଚା ହେଉଥିବା ବେଳେ ଏନେଇ ଆଜି ଟାଟା ପାୱାର ତରଫରୁ ସୂଚନା ଦିଆଯାଇଛି ଯେ ‘ସେସୁ’ର ୫୧ପ୍ରତିଶତ ଶେୟାରକୁ ଟାଟା କିଣିନେଇଛି I ମାତ୍ର ୧୭୫କୋଟି ଟଙ୍କାରେ ସେସୁ କୁ ଅଧିଗ୍ରହଣ କରିନେଇଛି ଟାଟା I ସେସୁ ର ସମସ୍ତ କାର୍ଯ୍ୟ କରିବାକୁ ଟାଟା ପାୱାର କୁ ଆଗାମୀ ୨୫ବର୍ଷ ପାଇଁ ଲାଇସେନ୍ସ ଦିଆଯାଇଛି I ଏନେଇ ଟାଟା ପାୱାର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରବୀର ସିହ୍ନା ଆଜି ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି I

TATA POWER TAKE UP CESU
TATA POWER TAKE UP CESU

ସେସୁ ଅଧିଗ୍ରହଣ ପାଇଁ ମୋଟ୍ ଡିଲ୍ ପରିମାଣ ୩୫୦କୋଟି ଟଙ୍କା ରହିଥିବା ବେଳେ 175କୋଟି ରେ ପ୍ରାରମ୍ଭିକ କାର୍ଯ୍ୟ ସରିଯାଇଛି I ସେସୁ ର 5ଟି ସର୍କଲ ଯଥା ଭୁବନେଶ୍ୱରର ୨ଟି ଢେଙ୍କାନାଳ , କଟକ ଏବଂ ପାରାଦୀପ କର ଦାୟିତ୍ୱ ଟାଟା ପାୱାର ର I ସୂଚନା ଥାଉ କି ସେସୁ ଏବେ ଆର୍ଥିକ କ୍ଷତି ରେ ଅଛି ଏବଂ ଉପଭୋକ୍ତା ଙ୍କ ଉପରେ ପାଖାପାଖି 1900କୋଟି ବକେୟା ରହିଛି I ସେସୁର ନିଜସ୍ୱ ସମ୍ପତ୍ତି ପ୍ରାୟ ୪୧୦୦କୋଟି ଟଙ୍କା ଥିବାବେଳେ ଶାଗମାଛ ଦରରେ ସେସୁ କୁ ଅଧିଗ୍ରହଣ କରିବାକୁ ଦିଆହେଇଗଲା I

Leave a Reply

Your email address will not be published. Required fields are marked *