ମାଟ୍ରିମୋନିଆଲ ସାଇଟ ବିବାହ କରିବାକୁ କହି ଯୁବକ କୁ ଠକିଲେ ଓଡ଼ିଆ ହିରୋଇନ

ପ୍ରଥମେ ମାଟ୍ରିମୋନିଆଲ ସାଇଟ ରେ ଦେଖା ,ପରେ ଉଭୟ ଙ୍କର ପରିଚୟ I ପରିଚୟ ପରେ ପରସ୍ପର କୁ ଉଭୟ ପସନ୍ଦ କରିବାକୁ ଲାଗିଲେ ଏବଂ ବିବାହ କରିବାକୁ ନିଷ୍ପତି ନେଲେ I ଯୁବକ ଜଣଙ୍କ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ହେଇଥିବା ବେଳେ ବର୍ତମାନ ମୁମ୍ବାଇ ରେ ଚାକିରୀ କରୁଛନ୍ତି I ତାଙ୍କ ନାମ ପଦ୍ମାରାଜୁ ଶିବ କୁମାର I ଆଉ ପ୍ରାଥମିକ ସୂଚନା ଅନୁଯାଇ ହସ୍ତଗତ ହେଇଥିବା ଖବର ଅନୁଯାଇ ଯୁବତୀ ଜଣଙ୍କ ଆମ ଓଡ଼ିଆ ସିନେମା ର ଜଣେ ଅଭିନେତ୍ରୀ I ତାଙ୍କ ଘର ଯାଜପୁର ଜିଲ୍ଳାରେ। ସିନେମା ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ବାସ୍ତବ ରେ ମଧ୍ୟ ପ୍ରେମରେ ଅଭିନୟ କରିଥିଲେ ଶିବ ଙ୍କ ସହିତ I ଅଭିନେତ୍ରୀ ଙ୍କ ଅଭିନୟ ରେ ବିମୋହିତ ହେଇ ଅଭିନେତ୍ରୀ ଙ୍କୁ ୨ଲକ୍ଷ ଟଙ୍କା ,ଦେଢ଼ ଲକ୍ଷ ଟଙ୍କାର ସୁନା ଚେନ୍‌ ଏବଂ ଏକ ଦାମିକା ଲାପ୍‌ଟପ୍‌ ଦେଇଥିଲେ ଶିବ। ଏସବୁ ପରେ ଅଭିନେତ୍ରୀ ଜଣଙ୍କ ଶିବ ଙ୍କ ସହିତ ସମ୍ପର୍କ କାଟିଦେଇଥିଲେ I

ପ୍ରେମରେ ଧୋକା ଖାଇବା ପରେ ଶେଷରେ ଯୁବକ ଜଣଙ୍କ ବାଧ୍ୟ ହେଇ ଓଡିଶା ଆସି ମେଲ୍‌ ଯୋଗେ କମିଶନର ଓ ଡିସିପିଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି Iଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *