ଆନ୍ତର୍ଜାତିକ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡିଶା ପାଇଁ ଗର୍ବ ଆଣିଲେ ଢେଙ୍କାନାଳ ପ୍ରତିଯୋଗୀ

କୋଲକାତା ସ୍ଥିତ ଇଡେନ ଗାର୍ଡେନ ଖୁଦିରାମ ଅନୁଶୀଳନ କେନ୍ଦ୍ର ରେ ୨୩ ଡିସେମ୍ବର ୨୦୧୯ ରୁ ୨୪ ଡିସେମ୍ବର ୨୦୧୯ ଦୁଇ ଦିନ କାଳ ଆନ୍ତର୍ଜାତିକ ଓପନ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ଟ୍ରାଡିସନାଲ ଟାଏକୋଣ୍ଡୋ ଡୋଜାଙ୍ଗ ଏକାଡେମୀ, ଢେଙ୍କାନାଳ ତରଫରୁ ୮ ଜଣ ପ୍ରତୀଯୋଗୀ ଅଂଶଗ୍ରହଣ କରିଥିଲେ । ଅଭିନବ ବେହେରା ଇନଫାଣ୍ଟ ଗ୍ରୁପ୍ ରେ ଦୁଇଟି ସ୍ବର୍ଣ୍ଣ ପଦକ, ପ୍ରୀୟାଂଶୁ ପ୍ରତୀକ କଁଅର ଇନଫାଣ୍ଟ ରେ କାଂସ୍ୟ ପଦକ, ବିଶ୍ବପ୍ରଜ୍ଞା ବ୍ରହ୍ମ ଗୋଟିଏ ରୌପ୍ୟ ପଦକ ଓ ସମୀକ୍ଷା ନନ୍ଦ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଥିଲେ ଢେଙ୍କାନାଳ ଜିଲ୍ଲା ପାଇଁ ଖ୍ୟାତି ଆଣିଥିଲେ । ସମସ୍ତ ପ୍ରତୀଯୋଗୀ ନିଜର ସଫଳତାର ସମସ୍ତ ଶ୍ରେୟ ତାଙ୍କ ଅନୁଷ୍ଠାନ ର କୋଚ ସୌମ୍ୟକନ୍ତ ବେଉରା, କୋଚ୍ ସୋମୋନାଥ ସାହୁ ଓ ବିକାଶ ରଞ୍ଜନ ସାହୁ ଙ୍କୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *