ପାକିସ୍ତାନ ର ଓଡ଼ିଶାକୁ ଖ୍ରୀଷ୍ଟମାସ ଅଭିନନ୍ଦନ ,ଘଟଣା ପଛର କାରଣ ଅସ୍ପଷ୍ଟ

ଆଜି ସାରା ବିଶ୍ୱ ଖ୍ରୀଷ୍ଟମାସ କୁ ନେଇ ଖୁସି ମନାଉଥିବା ବେଳେ ପାକିସ୍ତାନ ଏଭଳି ଏକ ଶୁଭେଚ୍ଛା ଜଣାଇଛି ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚା I ନିକଟରେ ନାଗରିକତା କୁ ନେଇ ଭାରତ ରେ ଝଡ ସୃଷ୍ଟି ହେଇଥିବା ବେଳେ ଖ୍ରୀଷ୍ଟମାସ ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ଏକ ଶୁଭେଚ୍ଛା ବାର୍ତା ଦେଇଛନ୍ତି I ପାକିସ୍ତାନ ବାସିନ୍ଦାଙ୍କୁ ଶୁଭେଚ୍ଛା ଦେବା ସହିତ ବିଶେଷ କରି ଓଡିଶା ର ହିନ୍ଦୁତ୍ୱ ପରିବେଶ ରେ ରହିଥିବା ଖ୍ରୀଷ୍ଟିଆନ୍‌ ମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I ହଠାତ ପାକିସ୍ତାନ ସେନା ମୁଖପାତ୍ର ଙ୍କ ଓଡିଶା ପ୍ରତି ଏ ଶୁଭେଚ୍ଛା କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଧରିଛି I ସୂଚନା ଥାଉ କି କିଛିଦିନ ତଳେ ରାଜଧାନୀ ର କେୟାର ହସ୍ପିଟାଲ କୁ ପାକିସ୍ତାନ ର ଜଣେ ବ୍ୟକ୍ତି କିଣିନେବାକୁ ମସୁଧା ଚାଲିଥିବା ଖବର କୁ ନେଇ ତୀବ୍ର ବିରୋଧ ହେଇଥିଲା I ପୂର୍ବରୁ ମଧ୍ୟ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଙ୍କ ସହିଦ ଙ୍କୁ ଅସନମାନ ର ଭିଡିଓ କୁ ନେଇ ପାକିସ୍ତାନ ର ମୁଖ୍ୟ ଖବର ଭାବେ ପରିବେଷଣ କରାଯାଇଥିଲା I

Leave a Reply

Your email address will not be published. Required fields are marked *