ଶ୍ରମିକ ନେତା ରମେଶ ଶତପଥୀ ଚଳାଉଛନ୍ତି ଫେକ୍ କମ୍ପାନୀ,ଖୋଲିଲା ଗୁମର ,ଦେଖନ୍ତୁ ପ୍ରମାଣ

ସାଧାରଣତଃ ଆପଣ ଫେସବୁକ ରେ ଫେକ୍ ଆଇଡି ଦେଇ ଠକୁଥିବାର ଶୁଣିଥିବେ ,କେବେ ଫେକ୍ କମ୍ପାନୀ ଶୁଣିଛନ୍ତି ? ଯଦି ନା ଆଜି ଆସନ୍ତୁ ପ୍ରମାଣ ସହିତ ଦେଖିବେ କିଭଳି ଫେକ୍ କମ୍ପାନୀ ବି ଖୋଲାଯାଇପାରେ I ତାହା ପୁଣି ସେସୁ ରେ ଘରୋଇକରଣ କୁ ବିରୋଧ କରୁଥିବା ଉପୋଭୋକ୍ତା ମହାସଂଘ ର ଶ୍ରମିକ ନେତା ରମେଶ ଶତପଥୀ I ନିକଟରେ ଶ୍ରମିକ ନେତା ଶ୍ରୀଯୁକ୍ତ ଶତପଥୀ ଘରୋଇକରଣ କୁ ବିରୋଧ କରୁଥିବା ବେଳେ ନିଜେ ସେସୁ ରେ ଘରୋଇ କମ୍ପାନୀ ପରିଚାଳନା କରୁଛନ୍ତି ତାହାର ଗୁମର ଆମ ତରଫରୁ ଖୋଲାଯାଇଥିଲା I

ସେସୁ ର ଫ୍ରାଞ୍ଚାଇଜ ଫେଡ଼କୋ ସହଯୋଗୀ ଭାବରେ ଶ୍ରୀଯୁକ୍ତ ଶତପଥୀ ଙ୍କ କମ୍ପାନୀ ପୁରୀ ,ବାଲୁଗାଁ ରେ ବିଦ୍ୟୁତ ବିଲ ବଣ୍ଟନ ,ଦେୟ ଆଦାୟ ,ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିଆସୁଅଛି I ନୀଳାଚଳ ପାୱାର ନାମକ ଏକ କମ୍ପାନୀ1 ନଭେମ୍ବର 2011 ମସିହାରୁ ରେଜିଷ୍ଟ୍ରେସନ ହେଇଛି ଯାହାର ଅଧ୍ୟକ୍ଷ ଶ୍ରମିକ ନେତା ଶ୍ରୀଯୁକ୍ତ ଶତପଥୀ I ତେବେ ଏହି କମ୍ପାନୀ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଦରମା ନଦେବା ,ସହିତ ଶ୍ରମିକ ମାନଙ୍କୁ ହଇରାଣ କରୁଥିବାର ବାରମ୍ବାର ଅଭିଯୋଗ ହେଇଥିବାର ବିଭିର୍ଣ୍ଣ ଗଣମାଧ୍ୟମ ରେ ପୂର୍ବରୁ ପ୍ରକାଶ ପାଇଛି I ଏପରିକି ଏସଆଇ ,ଏପିଏଫ ,ଜିଏସଟି ଡିପୋଜିଟ ରେ ଖିଲାଫ ହେଇଥିବା ଅଭିଯୋଗ ହେଇଛି ,ଜିଏସଟି ପକ୍ଷରୁ ଶ୍ରୀଯୁକ୍ତ ଶତପଥୀ ଙ୍କ ଅଫିସ ରେ ମଧ୍ୟ ଚଢ଼ାଉ କରାଯାଇଥିଲା ଏବଂ ସମୟ ଦିଆଯାଇଥିଲା ଖିଲାପ କରିଥିବା ଅର୍ଥ ତୁରନ୍ତ ଡିପୋଜିଟ କରିବାକୁ I ତେବେ ଏହି ସମୟରେ ହଠାତ ଶ୍ରୀଯୁକ୍ତ ଶତପଥୀ 7 ମାର୍ଚ 2017 ରେ ରେଜିଷ୍ଟ୍ରେସନ ନମ୍ବର 26672 ରେ ନୀଳାଚଳ ଏନର୍ଜି ନାମକ ଆଉ ଏକ କମ୍ପାନୀ ଖୋଲିଥିଲେ I ପୂର୍ବରୁ ତାଙ୍କ ଅଧୀନରେ ଥିବା କର୍ମଚାରୀ ମାନେ ନୀଳାଚଳ ପାୱାର ରେ ଥିବାବେଳେ ,ନୀଳାଚଳ ପାୱାର କୁ ଊହ୍ୟ ରଖାଯାଇ ସେବେଠାରୁ କମ୍ପାନୀ ର ସମସ୍ତ କାଗଜପତ୍ର ନୀଳାଚଳ ଏନର୍ଜି ଦ୍ୱାରା କରାଯାଉଛି I ତେବେ ସମସ୍ତ ଯାଞ୍ଚ ପରେ ଜଣାପଡିଛି କି ଶ୍ରୀଯୁକ୍ତ ଶତପଥୀ ଙ୍କ ଏହି ନୀଳାଚଳ ଏନର୍ଜି କମ୍ପାନୀ ସମ୍ପୂର୍ଣ୍ଣ ଫେକ୍ I ଯାହାର କୌଣସି ଠିକଣା ନାହିଁ I ନା ଅଛି ଏହାର ଠିକଣା ନା ଅଫିସ I ତେବେ ପୂର୍ବରୁ ନୀଳାଚଳ ପାୱାର ନାମକ କମ୍ପାନୀ ଥିବାବେଳେ ପୁଣିଥରେ କାହିଁକି ଏଭଳି ଫେକ୍ କମ୍ପାନୀ ଖୋଲିଲେ ରମେଶ ଶତପଥୀ ? ନୀଳାଚଳ ଏନର୍ଜି ର ଅଫିସ ଠିକଣା ,ପ୍ଲଟ ନମ୍ବର 930 ,ନୟାପଲ୍ଲୀ ଥିବାବେଳେ ,ଯାଞ୍ଚ ରୁ ଜଣାପଡିଛି କି ସେଠାରେ ନୀଳାଚଳ ର କୌଣସି ଅଫିସ ନାହିଁ I ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି ନୀଳାଚଳ ର ଅଫିସ ଦାବି ହେଇଥିବା ଏହି ଜାଗା ଟି ଚନ୍ଦ୍ରମଣି ହରିଚନ୍ଦନ ଙ୍କ ନାମରେ ଥିବାବେଳେ ତାହା ତଇଲା କିସମର ,ଏବଂ ବର୍ତମାନ ସେଠାରେ ଏକ ବଡ ଖାଲ ରହିଛି I କେବଳ ଏତିକି ନୁହେଁ ଏହାର ମେଲ ଆଇଡି bjypatra@…. ରହିଛି I କିଏ ଏହି bjypatra ? ନୀଳାଚଳ ର ଏହି ନକଲି କାମରେ ତାଙ୍କର କି ଭୂମିକା ରହିଛି ସେ ନେଇ ପରବର୍ତୀ ପର୍ଯ୍ୟାୟ ରେ ଖୁବ ଶୀଘ୍ର ଗୁମର ଖୋଲିବାକୁ ଯାଉଛୁ I ଏଭଳି ଠିକଣା ବିହୀନ ଫେକ୍ କମ୍ପାନୀ ଖୋଲି ଶ୍ରମିକ ମାନଙ୍କୁ ଏଥିରେ ଜୋରଜବରଦସ୍ତ କାହିଁକି ଯୋଡ଼ାଗଲା ? ଫେଡ଼କୋ ଚୁକ୍ତି ରିଭିଉ କରିବା ପୂର୍ବରୁ ଏହି ନକଲି ଠିକଣା କାହିଁକି ଯାଞ୍ଚ କରିନଥିଲା ?ଏହି ନକଲି ଠିକଣାରେ ବ୍ୟାଙ୍କ ରୁ କିଭଳି ଆକାଉଣ୍ଟସ ପାଇଲେ କମ୍ପାନୀ କର୍ତ୍ତୃପକ୍ଷ ? ଏସବୁ ଏବେ ତଦନ୍ତ ହେବା ଦରକାର ବୋଲି ଶ୍ରମିକ ମହଲରେ ଦାବି ହେଉଛି ? ଏହା ପଛରେ ଏକ ବଡ ସ୍କାମ ଥିବା ଅନୁମାନ କରାଯାଉଛି I ଅସଲ ଯାଞ୍ଚ ହେଲେ ସତ୍ୟ ପଦାକୁ ଆସିପାରିବ I

Leave a Reply

Your email address will not be published. Required fields are marked *