ଢେଙ୍କାନାଳ ର ସ୍ବେଛାକୃତ ବିଶାଳ ରକ୍ତଦାନ ଶିବିର ରେ ରକ୍ତ ଦାନ କଲେ ମହିଳା ମାନେ

ଓଡ଼ିଶାର ଗର୍ବ ତଥା ଢେଙ୍କାନାଳ ମାଟିର ସୁଯୋଗ୍ୟା ସନ୍ତାନ ସ୍ବର୍ଗୀୟ କଳ୍ପନା ଦାଶ ଙ୍କ ସ୍ମୃତି ରେ ଢେଙ୍କାନାଳ ର ଶ୍ରୀ ବଳରାମ ଜୀଉ ମନ୍ଦିର ପାଖ ଝୁଲଣ ମଣ୍ଡପ ରେ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି I ଜିଲ୍ଲାର ଅଗ୍ରଣୀ ବଜରଙ୍ଗ କ୍ଲବ ଦ୍ୱାରା ଏହି ରକ୍ତଦାନ ଶିବିର ଆୟୋଜନ ହେଇଥିବା ବେଳେ 50ୟୁନିଟ ରକ୍ତ ସଂଗୃହିତ ହେଇଚି I

ଏଚଡିଏପସି ଏବଂ ନେହେରୁ ଯୁବ କେନ୍ଦ୍ର ସହାୟତା ରେ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ କୁମାର ପଟନାୟକ ,ଏଚଡିଏପସି ବ୍ୟାଙ୍କ ଅଧିକାରୀ ହୃଷିକେଶ ମିଶ୍ର ,ଗୋପାଳ ପୃଷ୍ଟି ,,ନେହେରୁ ଯୁବକ କେନ୍ଦ୍ର ର ସଂଯୋଜକ ରଂଜିତ ରେଡି ମୁଲ୍ଲା ,ରକ୍ତଦାତା ଅନୁପ୍ରେରକ ସଙ୍ଘ ର ସଭାପତି ବିରଞ୍ଚି ନାରାୟଣ ପାଣି ,ସମାଜସେବୀ ଦିପ୍ତିମୟୀ ଲେଙ୍କା ,କବିତା ବେହେରା ,ଗାଳ୍ପିକା ପୁଷ୍ପଲତା ରଥ ,ପୋରୁଅଖଜ ସରପଞ୍ଚ ଶୁଭଦର୍ଶିନୀ ପରିଡା ସନମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ I ରକ୍ତଦାନ ଶିବିର ରେ ଡାକ୍ତର ପ୍ରେମାନନ୍ଦ ସାହୁ ଙ୍କ ସମେତ ଷ୍ଟାଫ ଏବଂ କ୍ଲବ ର ଉପଦେଷ୍ଟା ଗୋପାଳ ଚନ୍ଦ୍ର ପାତ୍ର ,ଦୀପକ ଦାଶ ,ସଭାପତି ଅମରେନ୍ଦ୍ର ସାମଲ ,ସମ୍ପାଦକ ଶୁଭେନ୍ଦୁ ଷଡ଼ଙ୍ଗୀ ,ସଭ୍ୟ ସୁବ୍ରତ ଦାଶ ,ବର୍ଷା ପ୍ରିୟଦର୍ଶିନୀ ଦାଶ ,ଗୌରୀଶଙ୍କର ଦାଶ ,ସୁଶ୍ରୀ ଶୁଭ୍ରଜ୍ୟୋତି ଦାସ ,ଦିବ୍ୟସ୍ମିତା ମହାନ୍ତି ,ତେଜସ୍ୱିନୀ ମଲ୍ଲିକ ,ମନୀଷା ସିଠ, ସମୀକ୍ଷା ଦାସ ,ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *