100ରୁ ଉର୍ଦ୍ଧ ପ୍ରାଇଭେଟ କମ୍ପାନୀ ଚାଲୁଛି ନୀଳାଚଳ ଫାଇନାନ୍ସ ଡ଼ାଇରେକ୍ଟର ଙ୍କ ମେଲ୍ ଆଇଡି ରେ

ସେସୁ ରେ ଘରୋଇକରଣ କୁ ବିରୋଧ କରୁଥିବା ଶ୍ରମିକ ନେତା ରମେଶ ଶତପଥୀ ଙ୍କ ଫ୍ରାଞ୍ଚାଇଜ ଫେଡ଼କୋ ରେ ଦୁଇ ଦୁଇଟି କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ନୀଳାଚଳ ଏନର୍ଜି ନାମକ କମ୍ପାନୀ ରେ କିଭଳି ମିଥ୍ୟା ଠିକଣା ଦିଆଯାଇଛି ତାହାର ପର୍ଦାଫାଶ ହେଇସାରିଥିବା ବେଳେ ଏବେ ଚର୍ଚ୍ଚା କୁ ଆସିଛି ଏହା ସହିତ ସମ୍ପୃକ୍ତ ମେଲ ଆଇଡି I ନକଲି ଠିକଣା ଦିଆଯାଇ ଜାଲିଆତି ହେଇଥିବା ନୀଳାଚଳ ଏନର୍ଜି ରେ ଥିବା ମେଲ ଆଇଡି ର ଯାଞ୍ଚ ପରେ ଜଣାପଡିଛି କି ଏହି ଆଇଡି ଟି ନୀଳାଚଳ ଏନର୍ଜି ର ଫାଇନାନ୍ସ ଡ଼ାଇରେକ୍ଟର ବିଜୟ କୁମାର ପାତ୍ର ଙ୍କର I

ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହି ଆଇଡି ରୁ ଆସିଛି ଅନେକ ଚାଞ୍ଚଲ୍ୟକର ତଥ୍ୟ I ନୀଳାଚଳ ଫାଇନାନ୍ସ ଡ଼ାଇରେକ୍ଟର ଙ୍କ ମେଲ୍ ଆଇଡି ରେ 100ରୁ ଉର୍ଦ୍ଧ ପ୍ରାଇଭେଟ କମ୍ପାନୀ ଚାଲୁଛି I ଏହି ସବୁ କମ୍ପାନୀ ରେ ବିଜୟ କୁମାର ପାତ୍ର ଙ୍କ ସମାନ ଆଇଡି ରହିଛି ଉଦାହରଣ ସ୍ୱରୂପ 1) ODISHA ENERGY DISTRIBUTION AND CONSTRUCTION PRIVATE LIMITED, 2) FUTURECAREER SOLUTIONS PRIVATE LIMITED 3) DOMINANCE EVENTS PRIVATE LIMITED 4) Futurecareer Solutions Private Limited 5) SHREE JAGANNATH ENGICON PRIVATE LIMITED 6) IDISK SOLUTIONS PRIVATE LIMITED I ସେଥିମଧ୍ୟରୁ ଭୁଲ ଠିକଣା ଦେଇଥିବା କିଛି କମ୍ପାନୀ କୁ ROC ରଦ୍ଧ ମଧ୍ୟ କରିଛି I ତେବେ କଥା ଉଠୁଛି ଏତେ ସବୁ କମ୍ପାନୀ ରେ ନୀଳାଚଳ ଫାଇନାନ୍ସ ନିର୍ଦେଶକ ଙ୍କ ମେଲ ଆଇଡି କାହିଁକି ରହିଲା ? ଏ ସବୁ କମ୍ପାନୀ ଙ୍କ ସହିତ ନୀଳାଚଳ ଫାଇନାନ୍ସ ଡ଼ାଇରେକ୍ଟର ଙ୍କ ସମ୍ପର୍କ କଣ ?ଏସବୁ ର ତଦନ୍ତ କରାଗଲେ ଅସଲ ତଥ୍ୟ ସାମ୍ନାକୁ ଆସିପାରିବ I

Leave a Reply

Your email address will not be published. Required fields are marked *