21 ପରେ 23 ? 22 ଗଲା କୁଆଡେ ? ବିଜେଡି ମନେ ରଖିନି ନିଜ ପ୍ରତିଷ୍ଠା ଦିବସ !

ଗତକାଲି ଧୂମଧାମ ରେ ସାରା ଓଡ଼ିଶାରେ ବିଜୁ ଜନତା ଦଳର 23ତମ ପ୍ରତିଷ୍ଠା ଦିବସ ପାଳନ ହେଇଯାଇଛି I ତେବେ ଏହାକୁ ନେଇ ଏବେ ସାଧାରଣ ରେ ଚର୍ଚା ହେବାରେ ଲାଗିଲାଣି ଯେ ବିଜେଡି ନିଜ ବୟସ ଭୁଲିଯାଇଛି I କାହିଁକିନା 26 ଡିସେମ୍ବର 1997 ରେ ପ୍ରତିଷ୍ଠା ହେଇଥିବା ବିଜେଡି କୁ ଗତକାଲି 22ବର୍ଷ ପୂରଣ ହେଇଚି I 2018 ରେ 21ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଜେଡି ହଠାତ 22ତମ ଜନ୍ମଦିବସ କୁ ଭୁଲିଯାଇ 23ତମ ପ୍ରତିଷ୍ଠା ଦିବସ ପାଳନ କରିଛି I ତେବେ ଏହାକୁ ନେଇ ପ୍ରଶ୍ନ ଉଠିଛି କୁଆଡେ ଗଲା 22ତମ ପ୍ରତିଷ୍ଠା ଦିବସ ?

ବିଜେଡି ରେ ଏତେ ଜ୍ଞାନୀ ଗୁଣି ବ୍ୟକ୍ତି ଥିବା ସତ୍ୱେ 21 ପରେ ଯେ 22 ଏହାକୁ କିଭଳି ଜାଣିପାରିଲେନି ବରଂ 23ତମ ପ୍ରତିଷ୍ଠା ଦିବସ ପାଳନ କଲେ ତାହା ଏବେ ପ୍ରଶ୍ନବାଚୀ I ଏନେଇ ଖୋଦ ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି I

Leave a Reply

Your email address will not be published. Required fields are marked *