ସାଧାରଣ ଲୋକଙ୍କ ପାଇଁ ଗୋଟେ ,ବିଜେଡି ପାଇଁ ଆଉ ଗୋଟେ ? ବିନା ହେଲମେଟ ରେ ବାଇକ ରାଲି

ନୂଆ ଟ୍ରାଫିକ ନିୟମ ଲାଗୁହେବା ପରେ ବିନା ହେଲମେଟ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ କିଭଳି ହଟହଟା ହେବାକୁ ପଡୁଛି ତାହା ତ ସବୁଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି I ହେଲମେଟ ନପିନ୍ଧି ମୋଟା ଅଙ୍କର ଜୋରିମାନା ଦେଉଛନ୍ତି ଗାଡି ଚାଳକ I ଏପରିକି ଓଡ଼ିଆ ସିନେ ଜଗତର ଅଭିନେତା ବାବୁଶାନ ମଧ୍ୟ ଏଥିରୁ ବର୍ତିନାହାନ୍ତି I ବିନା ହେଲମେଟ ରେ ରାତ୍ରି ସମୟରେ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ବାବୁଶାନ ଙ୍କୁ 1000ଟଙ୍କାର ଫାଇନ ଲଗାଇଥିଲା କମିଶନରେଟ୍‌ ପୁଲିସ୍‌ I ତେବେ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ,ବିଜେଡି ନେତା ଏବଂ କର୍ମୀ ମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ,ଏକଥା ଆମେ କହୁନୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିଜେଡି ର ପ୍ରତିଷ୍ଠା ଦିବସ ରେ I 26ତାରିଖ ରେ 23ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବିଜେଡି ନେତା ଏବଂ କର୍ମୀ ମାନେ ବିନା ହେଲମେଟ ରେ ଓଡ଼ିଶାର ବିଭିର୍ଣ୍ଣ ଅଞ୍ଚଳ ରେ ବାଇକ ରାଲି କରିଥିଲେ ମଧ୍ୟ ଟ୍ରାଫିକ ପୋଲିସ ଚୁପ ରହିଥିଲା I କାହାକୁ ଜଣଙ୍କୁ ବି ବାରଣ କରିନଥିଲେ କୌଣସି ଟ୍ରାଫିକ କର୍ମଚାରୀ I ତେବେ କଣ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ? ବିଜେଡି ପାଇଁ ଏହି ଟ୍ରାଫିକ ନିୟମ ଲାଗୁ ହେବନି ?

Leave a Reply

Your email address will not be published. Required fields are marked *