ଏକାକୀ ସ୍ଵାତି ,ହାତ ଛାଡିଦେଲେ ତଥାକଥିତ ବଡ ବଡ ଗଣମାଧ୍ୟମ ଏବଂ ସାମ୍ବାଦିକ ସାଥି କାହା ଚାପ ରେ ଚେପା ?

ଓଡିଶା Exclusive //ଉପସ୍ଥାପନା:ଗୋପାଳ ଚନ୍ଦ୍ର// ପୁଣି ସାମ୍ବାଦିକ ଙ୍କୁ ମାଡ, ହେ ନାଇଁମ ବହୁତ ହେଇଗଲା ଆଉ ନୁହେଁ ,ହୁଁ କଣ ଭାବିଛନ୍ତି କି ଆମକୁ ! ଏଥର ସାରା ଓଡିଶା ଦେଖିବ ସାମ୍ବାଦିକ ଙ୍କ ଏକତା ,ରାତି ପାହୁ ପାହୁ ବଡି ସକାଳୁ ଏସ୍‌ପ୍ଳାନେଡ୍‌ ମଲ ଆଗରେ ଏକାଠି ହେଇଗଲେ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି I ଆଶ୍ଚର୍ଯ୍ୟ ହେଇଥିଲେ ବୁଦ୍ଧିଜୀବୀ ,ଚହଳ ପଡିଗଲା ସାରା ଓଡ଼ିଶାରେ ,ଗଣମାଧ୍ୟମ ର କଙ୍କଡା ପ୍ରବୃତି କେବେ ବଦଳିଗଲା ,ଯାହା ବି ହେଉ ଜଣେ ମହିଳା ସାମ୍ବାଦିକା ଙ୍କ ପାଇଁ ସମସ୍ତେ ଏକାଠି ହେଇଛନ୍ତି ୟାଠୁ ଆଉ ବଡ ଖବର କିଛି ଅଛି ? ସବୁ ଗଣମାଧ୍ୟମ ରେ ପାଲଟିଲା ପ୍ରମୁଖ ଖବର ,ମହିଳା ସାମ୍ବାଦିକା ଙ୍କୁ ଆକ୍ରମଣ ,ଏସ୍‌ପ୍ଳାନେଡ୍‌ ମଲ ର ଦାଦାଗିରି ,ଭଲକି ଦେଖନ୍ତୁ ସ୍ଵାତି ଆଖିରେ ଲୁହ ,ପ୍ରତି 5 ମିନିଟ ରେ ପ୍ରମୁଖ ଗଣମାଧ୍ୟମ ଗୁଡିକ ର ଫେସ୍ବୁକ ରେ ଲାଇଭ ଟେଲିକାଷ୍ଟ I ସ୍ଵାତି ନ୍ୟାୟ ପାଉ କି ନପାଉ ଗଣମାଧ୍ୟମ ମାନେ କିନ୍ତୁ ଭଲ ଟିଆର୍ପି ପାଇଲେ ସ୍ଵାତି ର ଲୁହକୁ ନେଇ I ଖବର ର ଓଜନ ବହୁତ ବଢିଗଲା ,ବଳିଷ୍ଠ ସାମ୍ବାଦିକ ତଥା ପ୍ରମୁଖ ଗଣମାଧ୍ୟମ ର ଏଡିଟର ମହୋଦୟ ମାନେ ମଧ୍ୟ ଘଟଣାସ୍ଥଳରେ ରଣହୁଙ୍କାର ଦେଲେ ,ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ I ଘଟଣା ର ଗୁରୁତ୍ୱ ଏତେ ବଢିଗଲା ଯେ 24ଘଣ୍ଟା ମଧ୍ୟରେ ଦୁଇ ଜଣ ବଡ ବଡ ମହାରଥୀ ମହାଶକ୍ତିଶାଳୀ ସୁରକ୍ଷାକର୍ମୀ ଙ୍କୁ ଗିରଫ କରାଗଲା I ଘଟଣାର ମୁଖ୍ୟ ଖଳନାୟିକା ବୋଲାଉଥିବା ଶ୍ୟାମା ଝା ଏବଂ ମ୍ୟାନେଜର ଙ୍କୁ ଗିରଫ ପାଇଁ ହାତ ପାଇଲାନି ପୋଲିସ ର I ତେବେ ହଠାତ ରାତି 7ଟାରେ ଘୋଷଣା କରିଦିଆଗଲା ଶ୍ୟାମା ଝା ସନ୍ଧ୍ୟା 5ଟାରୁ ଗିରଫ ,ଆଉ ମାତ୍ର କିଛି ଘଣ୍ଟାରେ ଜାମିନ ମଧ୍ୟ ମିଳିଗଲା I ଆରେ ଭାଇ ୟେ କଣ ଆମ ତମ କଥା ହେଇଛି ? 500କୋଟି ର ମଲ ର ମ୍ୟାନେଜର ନା ! ବାସ୍ତବ ରେ ଶ୍ୟାମା ଝା ଗିରଫ ହେଇଥିଲେ କି ଗିରଫ ର ନାଟକ ରଚାଯାଇଥିଲା ପ୍ରବଳ ଜନମତ କୁ ଚାପିବାକୁ ତାହା କେବଳ ପୋଲିସ ଙ୍କୁ ଜଣା I ହଁ ଏବେ ସ୍ଵାତି ନ୍ୟାୟ ପାଇଗଲେ ,ଚାଲ ଚାଲ ସବୁ ଆନ୍ଦୋଳନ ହଟାଓ ,ରାତି 9.30 ରେ ଆନ୍ଦୋଳନ ରୁ ହଟିଗଲେ ସାମ୍ବାଦିକ ସାଥି ମାନେ I ସାମ୍ବାଦିକ ସଙ୍ଘ ସଭାପତି ଧନ୍ୟବାଦ ଦେଇଦେଲେ ଏକତା ପାଇଁ I ତା ପରଦିନ ଆଉ ଦେଖିବାକୁ ମିଳିଲାନି ପ୍ରମୁଖ ଗଣମାଧ୍ୟମ ମାନଙ୍କୁ ,କୌଣସି ଚାନେଲ ରେ ଆଉ ଆସିଲାନି ସ୍ଵାତି ଙ୍କ ଖବର ,ବୋଧହୁଏ ଖବର ଟା ବାସି ହେଇଗଲା ଆଉ ଟିଆର୍ପି ନଥିଲା ବାସି ଖବର ରେ I ହାତଗଣତି କେତେଜଣ ସାମ୍ବାଦିକ ସାଥି ମାନଙ୍କୁ ନେଇ ତଥାପି ନ୍ୟାୟ ପାଇଁ ବସିରହିଛନ୍ତି ସ୍ଵାତି I ପଚାରୁଛନ୍ତି କୁଆଡେ ଗଲ ଭାଇମାନେ ,ରାତିକ ଭିତରେ ଏମିତି କଣ ହେଇଗଲା ଯେ ସମସ୍ତେ ଆନ୍ଦୋଳନ ରୁ ହଟିଗଲ ? ସତରେ କଣ ମତେ ନ୍ୟାୟ ମିଳିଲା ? ସନ୍ଧ୍ୟା ସମୟରେ ରାଜଧାନୀ ରେ ଏକ ପ୍ରତିଷ୍ଠିତ ମଲ ରେ ମତେ ଚୁଟି ଘୋଷାଡ଼ି ,ବିଧା ଗୋଇଠା ମାରି ,40ମିନିଟ ଯାଏଁ ଏକ ବନ୍ଦ କୋଠରୀ ଭିତରେ ମାନସିକ ନିର୍ଯାତନା ଦିଆଗଲା ତାର ନ୍ୟାୟ କିଏ ଦେବ ? ମୁଁ ପଚାରିଥିବା ମୁଖ୍ୟ ପ୍ରସଙ୍ଗ କୁଆଡେ ଗଲା ? ବେଆଇନ ପାର୍କିଙ୍ଗ କେବେ ବନ୍ଦ ହେବ ? କାହା ପାଇଁ ଲଢୁଥିଲି ମୁଁ ? ପ୍ରଶ୍ନ ତ କୋଟିଏ ଉତ୍ତର କାହିଁ ? କିଏ ଦେବ ସ୍ଵାତି ଙ୍କ ପ୍ରଶ୍ନ ର ଉତ୍ତର ! ବିଚାରି ବୋକୀ ଝିଅ ଟା ଜାଣିପାରୁନି ସାମ୍ବାଦିକ ଙ୍କୁ ଏଠି କି ନ୍ୟାୟ ମିଳେ ନା ମିଳିବ ? ସେ ପୁଣି ମହିଳା ସାମ୍ବାଦିକା ଙ୍କୁ ? କେବେ ନ୍ୟାୟ ମିଳିଥିଲା ନା ମିଳିବ ,ଆଜିବି କୁନ୍ଦୁଲି ,ଇତିଶ୍ରୀ ,ବେବିନା ଙ୍କ ଭଳି ଅନେକ ନାରୀ ଗୁମୁରି ଗୁମୁରି କାନ୍ଦୁଛନ୍ତି ,କେବେ ଥରେ ଆଖି ବନ୍ଦ କରି ଅନୁଭବ କଲେ ତାଙ୍କ ବିକଳ କୋହ ରେ ଛାତି ଥରି ଉଠିବ I ପାଇଛନ୍ତି କି ନ୍ୟାୟ ? ଦେଇପାରିଛି କି ଏଇ ଗଣମାଧ୍ୟମ ? ନା କେବଳ ଟିଆର୍ପି ଟିଆର୍ପି ଟିଆର୍ପି ! ଏକଦା ଓଡିଶା ମିଡ଼ିଆ ର ବାଦଶାହ କୁହାଯାଉଥିବା ସୌମ୍ୟ ବାବୁ ପା କହିଥିଲେ ଆମଠୁ ନିରପେକ୍ଷ ଆଶା କରନି I କେମିତି ଏତେ ଜଲ୍ଦି ଭୁଲିଗଲେ ଯେ ସ୍ଵାତି ,ନ୍ୟାୟ ମାଗୁଛନ୍ତି ପୁଣି ଗଣମାଧ୍ୟମ ସହାୟତା ରେ ? ସ୍ଵାତି ଙ୍କ ପ୍ରଶ୍ନ ର ସିନା ଉତ୍ତର ନାହିଁ ,ଜନସାଧାରଣ କିନ୍ତୁ ପ୍ରଶ୍ନ କରିବା ଆରମ୍ଭ କଲେଣି ,କେତେ ଟଙ୍କାରେ ନିଲାମ ହେଲା ସାଧାରଣ ଲୋକ ର ନ୍ୟାୟ ପାଇଁ ଲଢ଼ୁଥିବା ସ୍ଵାତି ଙ୍କ ଲୁହ ? ଉତ୍ତର ଥିଲେ ଜଣେଇବେ ,ଦୟାକରି କେହି ଦେହକୁ ନ ନେବାକୁ ଅନୁରୋଧ ଏହା ମୋ ବ୍ୟକ୍ତିଗତ ମତାମତ ;ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *