ମନୋରଞ୍ଜନ ଙ୍କୁ ପୁଣି ଶ୍ରେଷ୍ଠ ଆୱାର୍ଡ ! ଏମିତି କଟାକ୍ଷ କଲେ ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ

ଓଡ଼ିଶା ମିଡିଆ ଦ୍ୱାରା ଆୟୋଜିତ ହେଇଥିବା ବିଭିର୍ଣ୍ଣ ସାମ୍ବାଦିକ ମାନଙ୍କୁ ପୁରସ୍କାର ଦିଆଯାଇଥିବା ବେଳେ କନକ ଟିଭି ର ମନୋରଞ୍ଜନ ମିଶ୍ର ଲାଇଭ୍’ ଶୋ କୁ ଶ୍ରେଷ୍ଠ ଟେଲିଭିନ କାର୍ଯ୍ୟକ୍ରମ ଭାବେ ପୁରସ୍କୃତ କରାଯାଇଛି I ତେବେ ମନୋରଞ୍ଜନ ଙ୍କ ଲାଇଭ ଶୋ କୁ ଆୱାର୍ଡ ଦିଆଯିବା ଘଟଣାରେ କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ ବିମଲ I ନିଜ ସୋସିଆଲ ମିଡିଆରେ କଟାକ୍ଷ କରି ସତ୍ୟଜିତ ଲେଖିଛନ୍ତି ଯେ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ସର୍ବେକ୍ଷଣ ଅନୁଯାୟୀ କଳିଙ୍ଗ TVର ଦୁର୍ଗା ମାଧବ ମିଶ୍ରଙ୍କ ଶୋ ର ଦର୍ଶକଙ୍କ ସଂଖ୍ୟା ଅଧିକ । କିନ୍ତୁ ପୁରସ୍କାର ପାଇଲେ ମନୋରଞ୍ଜନ ମିଶ୍ର । ଏପରିକି ବୈଜ୍ଞାନିକ ପଦ୍ଧତିକୁ ଆୟୋଜକ ଅନୁସରଣ ନକରି ମନୋରଞ୍ଜନ ମିଶ୍ର ଙ୍କ ଶୋ କୁ ପୁରସ୍କୃତ କରିଥିବା କଟାକ୍ଷ କରିଛନ୍ତି ସତ୍ୟଜିତ I

ମନୋରଞ୍ଜନ ଙ୍କ ଶୋ ରେ ଶୋ ରେ କେବଳ ଦୈତାରୀ ପଣ୍ଡା, ସୋନାଲି ମୋନାଲିସା ଓ ବିଦୁସ୍ମିତା ଏପରିକି ସଦ୍ୟତମ ଉଦାହରଣ ହେଲା, ମୋ ବିଲେଇକୁ ମାରିଲା କିଏ ? କୁ ନେଇ ଦେଖାଯାଇଥାଏ ଯାହାର କି କୌଣସି ଇମ୍ପାକ୍ଟ ନଥିବା କହିଛନ୍ତି ସତ୍ୟଜିତ I ତେବେ ସତ୍ୟଙ୍କୁ ଏଭଳି କଟାକ୍ଷ ପରେ ମନୋରଞ୍ଜନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *