ଲାଇନ କାଟିବା ଦୂରେ ଥାଉ ଗାଁ ରେ ପୁରାଇଦେବୁନି,ପ୍ରଥମେ ଶିଳ୍ପ ଏବଂ କମ୍ପାନୀ ଠାରୁ ଆଦାୟ କର :ସୁର

electricity supply to be discontinued in 11397 identified villages in odisha

ଗୋଟେପଟେ ସେସୁ କୁ ଟାଟା ପାୱାର ହାତରେ ଟେକି ଦିଆଯାଇଥିବା ବେଳେ ଅନ୍ୟପଟେ ଉପଭୋକ୍ତା ଙ୍କ ଉପରେ ବକେୟା ଥିବା 2000 କୋଟି କୁ ଆଦାୟ ପାଇଁ କଡା ନିର୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା I ଆସନ୍ତା 16ତାରିଖ ରୁ ଏହି ବିଦ୍ୟୁତ କଟା ଡ୍ରାଇଭ ଆରମ୍ଭ ହେବ ବୋଲି ସର୍ବ ସାଧାରଣ ରେ ସୂଚନା ଦିଆଯାଇଥିବା ବେଳେ ଏନେଇ 413ଟି ସ୍ୱତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି I ୧୧, ୩୯୭ ଗାଁରେ ବିଦ୍ୟୁତ ଶୁକ୍ଳ ଅଧିକ ବକେୟା ରହିଥିବାରୁ ଏହି ସବୁ ଗାଁ ରେ ଉପଭୋକ୍ତା ଙ୍କର ବିଦ୍ୟୁତ କାଟ ହେବ I ତେବେ ଏହାକୁ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ I ଯଦି ଖଟିଖିଆ ଉପଭୋକ୍ତା ଙ୍କର ବିଦ୍ୟୁତ କାଟ ହୁଏ ତେବେ ସେହି ସ୍କ୍ବାଡ୍‌ ଙ୍କୁ ଗାଁ ରେ ପୁରାଇ ଦିଆଯିବ ନାହିଁ I ନିକଟରେ ପିଲାଙ୍କ ପରୀକ୍ଷା ଥିବାରୁ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ,ପ୍ରଥମେ ବଡ ବଡ ଶିଳ୍ପ ଏବଂ କମ୍ପାନୀ ଠାରୁ ଆଦାୟ କର ପରେ ଉପଭୋକ୍ତା ଙ୍କ ଠାରୁ ଆଦାୟ କରିବ ବୋଲି ସୁର କହିଛନ୍ତି I ସୂଚନା ଥାଉ କି କେବଳ 5965 ସରକାରୀ ଅନୁଷ୍ଠାନ 64.30କୋଟି ଟଙ୍କା ବକେୟା ରଖିଥିବା ବେଳେ ସେମାନଙ୍କୁ ନୋଟିସ କରାଯାଇଛି Iସେମାନଙ୍କୁ ମାର୍ଚ୍ଚ ୩୧ ଶେଷ ତାରିଖ ଯାଏଁ ସମୟ ଦିଆଯାଇଛି I ସେହିପରି ଶିଳ୍ପ ଅନୁଷ୍ଠାନ ରେ ପାଖାପାଖି 108 କୋଟି ବକେୟା ପଡ଼ିରହିଛି

Leave a Reply

Your email address will not be published. Required fields are marked *