୫୧ ବର୍ଷ ରେ ଢେଙ୍କାନାଳ ର ପ୍ରସିଦ୍ଧ ମକର ମେଳା, ଯୁବ ଗୋଷ୍ଠୀ ଙ୍କ ପକ୍ଷରୁ ରକ୍ତଦାନ ଶିବିର

Odisha Exclusive Bureau :୫୧ ବର୍ଷ ରେ ପାଦ ଦେଇଛି ଢେଙ୍କାନାଳ ଜିଲ୍ଲାର ସବୁଠୁ ପ୍ରାଚୀନ ପୁରୁଣା ଅମାଙ୍ଗ ଗାଁର ମକର ମେଳା I ଗନ୍ଦିଆ ବ୍ଲକ ର ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ଉତ୍ତର ଦିଗରେ ବ୍ରାହ୍ମଣୀ ନଦୀ କୂଳରେ ମା ରାମଚଣ୍ଡୀ ଙ୍କ ମନ୍ଦିର ବିରାଜମାନ I ସବୁବର୍ଷ ପରି ଏବର୍ଷ ମଧ୍ୟ ମା ଙ୍କ ପିଠ ସଜେଇ ହେଇ ନୂଆ ରୂପରେ ଚଳଚଞ୍ଚଳ ହେଇ ଉଠିଲାଣି I ଭକ୍ତିଭରା ପରିବେଶ ରେ ଆଧ୍ୟାତ୍ମିକମୟ ହେଇ ଉଠିଲାଣି ମା ଙ୍କ ମଣ୍ଡପ I ୧୪ ତାରିଖ ରୁ ମା ଙ୍କ ପୀଠରେ ମକର ମେଳା ଆରମ୍ଭ ହେଇ ଆସନ୍ତା ଜାନୁଆରୀ ୧୭ ମଧ୍ୟ ରାତ୍ରି ଯାଏ ଚାଲିବ । ୧୭ ତାରିଖ ରେ ପୂର୍ଣ୍ଣାହୁତି ସହିତ ମେଳା ସମାପ୍ତ ହେବାକୁ ଥିବାବେଳେ ୧୫ ତାରିଖ ସଂକ୍ରାନ୍ତି ଦିନ ରାମଚଣ୍ଡୀ ସେବା ସମିତି ଯୁବ ଗୋଷ୍ଠୀ ଏବଂ ଆମ ଓଡିଶା ର ମିଳିତ ଆନୁକୂଲ୍ୟ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଉଛି I ମା ଙ୍କ ପୀଠରେ ମେଳା ଚାଲିଥିବା ବେଳେ ଯୁବଗୋଷ୍ଠୀ ଙ୍କ ରକ୍ତଦାନ ଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କୁ ସବୁ ମହଲ ରେ ପ୍ରସଂଶା କରାଯାଇଛି I ସୂଚନା ଥାଉ କି ପ୍ରତିବର୍ଷ ମା ଙ୍କ ପୀଠରେ ଦର୍ଶନ ପାଇଁ ଆଖ ପାଖ ଗ୍ରାମରୁ ପ୍ରବଳ ଭିଡ ଜମିବା ସହିତ ମେଳା ର ଭରପୁର ମନୋରଞ୍ଜନ ଉଠାଇ ଥାନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ I ମିନା ବଜାର ସାଙ୍ଗକୁ ,ମା ଙ୍କ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି I

୧୬ ଏବଂ ୧୭ତାରିଖ ରେ ବିଶିଷ୍ଟ ଗାୟକ ତଥା ଢେଙ୍କାନାଳ ର ସୁନାମଧନ୍ୟ ଗୋବିନ୍ଦ ଚନ୍ଦ୍ର ଏବଂ ଶକ୍ତି ମିଶ୍ର ଙ୍କ ସହିତ ସାଥି କଳାକାର ମାନେ ଯୋଗଦେବେ I ଭଜନ ସନ୍ଧ୍ୟା ସହିତ ମେଲୋଡି କାର୍ଯ୍ୟକ୍ରମ ରହିଛି I ତେବେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମବାସି ବେସ ଉତ୍ସାହିତ ରହିଛନ୍ତି ମେଳା ର ଆଗମନ କୁ ନେଇ I ସ୍ୱତନ୍ତ୍ର ଉପସ୍ଥାପନା: ସମ୍ପାଦକ ଗୋପାଳ ଚନ୍ଦ୍ର /OdishaExclusive

Leave a Reply

Your email address will not be published. Required fields are marked *