ମହାରଥୀ ଙ୍କ ଜ୍ୱାଇଁ ହେବେ ହିରୋ ଅର୍ଧେନ୍ଦୁ ,ଫେବୃଆରୀ ରେ ବିବାହ

ଓଡିଶା ରାଜନୀତି ର ସବୁଠୁ ଚର୍ଚ୍ଚିତ ଚେହେରା ପ୍ରଦୀପ ମହାରଥୀ ଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ସୁନ୍ଦର ସାହୁ I ଏନେଇ ଏକ ଟିଭି ସୋ ରେ ଖୁଲାସା କରିଛନ୍ତି ଭାବି ଜ୍ୱାଇଁ ଅର୍ଧେନ୍ଦୁ I ଓଡ଼ିଆ ସିନେମା ଜଗତ ରେ ନିଜର ସ୍ଥିତି ମଜଭୁତ କରିପାରିଥିବା ଅର୍ଧେନ୍ଦୁ ଙ୍କର ନିକଟରେ ମୁଁ ପରଦେଶୀ ଚଡ଼େଇ ଚଳଚିତ୍ର ମୁକ୍ତିଲାଭ କରିଛି I ଅର୍ଧେନ୍ଦୁ ଙ୍କର 29 ଅକ୍ଟୋବର 1990 ରେ ଜନ୍ମ ହେଇଥିବା ବେଳେ ପିଲାଦିନୁ ଅଭିନୟ ପ୍ରତି ପ୍ରବଳ ଦୁର୍ବଳତା ରହିଥିଲା I ପ୍ରଥମ ଗୁରୁ ଭାବେ ଅଜିତ ଦାସ ଙ୍କ ପାଖରେ ଶିକ୍ଷାଲାଭ କରି 2013 ରେ ରବୀନ୍ଦ୍ର ମଣ୍ଡପ ରେ ଅଭିନୟ କରିଥିଲେ ପରେ ପ୍ରଥମ ଚଳଚିତ୍ର ଭାବେ ଉଆଁସୀ କନ୍ୟା ରେ ଅଭିନୟ କରିଥିଲେ I ଅଭିନୟ ରେ ସେତେଟା ସଫଳ ହେଇପାରିନଥିବା ଅର୍ଧେନ୍ଦୁ 2018 ରେ ବ୍ଲାକମେଲ ଚଳଚିତ୍ର ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ I ହାଏ ତୋ ପ୍ରେମର ରଙ୍ଗୋଲି ,ମାମୁନି ଲୋ ମାମୁନି ଗୀତ ଲୋକଙ୍କ ହୃଦୟ ଛୁଇଁପାରିଥିବା ବେଳେ ଅର୍ଧେନ୍ଦୁ ଙ୍କୁ ମଧ୍ୟ ଜନତା ସ୍ୱୀକୃତି ମିଳିଯାଇଥିଲା I ନିକଟରେ ଏକ ନୂଆ ଚଳଚିତ୍ର ମଧ୍ୟ ମୁକ୍ତିଲାଭ କରିଛି

I ତେବେ ମହାରଥୀ ଙ୍କ ଝିଅ ପଲ୍ଲଭି ଙ୍କୁ ବିବାହ କରିବାକୁ ଯାଉଛନ୍ତି ଅର୍ଧେନ୍ଦୁ I ଆଗାମୀ ଫେବୃଆରୀ ରେ ଉଭୟ ଙ୍କର ବିବାହ ଦୁଇ ପରିବାର ର ସ୍ବୀକୃତିକ୍ରମେ ହେବାକୁ ଯାଉଛି I ସୂଚନା ଥାଉ କି ପଣ୍ଡିଚେରୀ ର ମହାତ୍ମା ଗାନ୍ଧୀ କଲେଜ ରେ ଏମବିଏସଏସ କରି ଏବେ ଡାକ୍ତର ଅଛନ୍ତି ମହାରଥୀ ଙ୍କ ତନୟା I ଅବଶ୍ୟ ଏନେଇ ମହାରଥୀ ଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *