ଶିଖ୍‌ ଯୁବକ ପରବିନ୍ଦର ଙ୍କୁ ମାଡ଼ ଘଟଣାରେ ପୋଲିସ ର ନିଷ୍କ୍ରିୟତା କୁ ନେଇ ପଞ୍ଜାବରେ ଓଡିଶା ନିନ୍ଦିତ

Sikh Youth Prabindar singh attacked by miscreants

ଓଡିଶା ରାଜଧାନୀ ରେ ଦି ଦି ପହରେ ପୋଲିସ ଉପସ୍ତିତି ରେ ଶିଖ ଯୁବକ ଙ୍କୁ ନିର୍ଘାତ ମାଡ ଘଟଣାରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଘଟଣା ରେ ପଞ୍ଜାବ ରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି I ଅକାଳି ଦଳର ମୁଖପାତ୍ର ମନଜିନ୍ଦର ସିଂ ସିର୍ସା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡିଶା ସରକାର ନବୀନ ପଟନାୟକ ଙ୍କୁ ଅନୁରୋଧ କରାଯାଉଛି ତୁରନ୍ତ ମୁଖ୍ୟ ଆସାମୀ ଦିପକ ଜେନା ଙ୍କୁ ଗିରଫ କରନ୍ତୁ I ସେମାନେ କେବଳ ମାଡ ମାରିନାହାନ୍ତି ଆମ ସମ୍ପ୍ରଦାୟ ର ଇଜ୍ଜତ ପଗଡି କୁ ତଳେ ପକାଇ ପାଦରେ ଦଳି ଦେଇଛନ୍ତି ,ଆମେ ନ୍ୟାୟ ଚାଁହୁଛୁ I ଯଦି ନ୍ୟାୟ ନମିଳେ ତେବେ ପଞ୍ଜାବ ରୁ ହଜାର ହଜାର ସମର୍ଥକ ଓଡିଶା ଯିବେ ଏବଂ ଓଡ଼ିଶା ଭବନ ଆଗରେ ଧାରଣା ରେ ବସିରହିବେ ବୋଲି କହିଛନ୍ତି ଅକାଳି ଦଳର ମୁଖପାତ୍ର ମନଜିନ୍ଦର ସିଂ ସିର୍ସା।ସୂଚନା ଥାଉ କି ଗତ ୧୪ ତାରିଖରେ ଭୁବନେଶ୍ଵର ଭଗବାନ ଆପାର୍ଟମେଣ୍ଟ ପାଖରେ ଗାଡ଼ି ପାର୍କିଂକୁ ନେଇ କିଛି ଦୁବୁର୍ତ୍ତ ପରବିନ୍ଦରଙ୍କ ସହିତ ଯୁକ୍ତିତର୍କ କରିଥିଲେ ଘଟଣାରେ ପରବିନ୍ଦର ପୋଲିସ କୁ ଫୋନ କରିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ନିର୍ଘାତ ପିଟିଥିଲେ ପରବିନ୍ଦର ଙ୍କୁ I ପୋଲିସ କେବଳ ମୁକସାକ୍ଷୀ ପାଲଟିଥିଲା I ଘଟଣା ରେ ଜଣେ ପିସିଆର ଅଧିକାରୀ ମଧ୍ୟ ନିଲମ୍ବନ ହେଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କିନ୍ତୁ କୋହଳ ଦଫା ଲଗାଯାଇଥିବାରୁ ମାତ୍ର 2ଘଣ୍ଟା ମଧ୍ୟରେ ସେମାନେ ଜାମିନ ପାଇଯାଇଥିଲେ I

Leave a Reply

Your email address will not be published. Required fields are marked *