ବିଜେଡି କଙ୍ଗ୍ରେସ ପ୍ରେମ ବଳିପଡିବେ ସତ୍ୟ, ମିଡିଆ ସେଲ୍‌ ଅଧ୍ୟକ୍ଷ ରୁ ହଟିବେ ସତ୍ୟ ପ୍ରକାଶ ନାୟକ

ସମ୍ପ୍ରତି ଓଡିଶା ରାଜନୀତି ରେ ବିରୋଧାଭାସ ସମ୍ପୂର୍ଣ୍ଣ ସ୍ଥିର ହେଇଯାଇଥିବା ବେଳେ ସରକାର ବିରୁଦ୍ଧରେ ମାତ୍ର ଜଣଙ୍କ ବିରୋଧାଭାସ ଦେଖିବାକୁ ମିଳୁଛି ତାହା ତଥ୍ୟ ଓ ପ୍ରମାଣ କୁ ନେଇକି I ମୋଟାମୋଟି କହିବାକୁ ଗଲେ ଗଣମାଧ୍ୟମ ରେ ସରକାର ଙ୍କୁ ଟାର୍ଗେଟ କରିପାରି ନିଦ ଉଡେଇଦେଇଥିବା ମାତ୍ର ଜଣେ ବ୍ୟକ୍ତି ଙ୍କ ନାମ ଚର୍ଚା ରେ ରହିଆସିଛି I ସେ କାଳିଆ ଦୁର୍ନୀତି ହେଉ କିମ୍ବା ପର୍ଯ୍ୟଟନ ମନ୍ତ୍ରୀ ଙ୍କ ମହିଳା ବାନ୍ଧବୀ ଙ୍କ ସହିତ ହାଇଦ୍ରାବାଦ ଘଟଣା I ହଣା ଆଜ୍ଞା ଆମେ କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ସତ୍ୟ ନାୟକ ଙ୍କ କଥା କହୁଛୁ I ନିର୍ବାଚନ ପୂର୍ବରୁ କଂଗ୍ରେସ ରେ ଯୋଗଦାନ ଦେଇ ବିଭିର୍ଣ୍ଣ ବିଷୟ ରେ ସରକାର ଙ୍କୁ ଟାର୍ଗେଟ କରି ହରଡ଼ଘଣାରେ ପକାଉଥିବା ସତ୍ୟ ଏବେ ନିଜେ ଦୋ ଛକିରେ I ସୋସିଆଲ ମିଡିଆରେ କଂଗ୍ରେସ ର ଏକ ଚିଠି ଭାଇରଲ ହେଇଯାଇଛି ଯେଉଁଥିରେ କି ନିରଞ୍ଜନ ଙ୍କ ସ୍ଵାକ୍ଷର ରହିଛି ଏବଂ ସତ୍ୟଙ୍କୁ ମିଡ଼ିଆ ସେଲ ରୁ ହଟାଯାଇ ପଞ୍ଚାନନ କାନୁନଗୋ ଙ୍କୁ ଅଧ୍ୟକ୍ଷ କରାଯାଇଛି I ଯଦିଓ ଚିଠି ଟି ସତ୍ୟ କି ନୁହେଁ ସେନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ନିରଞ୍ଜନ ତେବେ ବହୁତ ଜଲ୍ଦି ପରିବର୍ତନ ହେବ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି I ଅବଶ୍ୟ ଏନେଇ ସତ୍ୟ ପ୍ରକାଶ କୌଣସି ପ୍ରତିକ୍ରିୟା ମଧ୍ୟ ରଖିନାହାନ୍ତି I ତେବେ ପୂର୍ବରୁ ଚର୍ଚା ହେଉଥିଲା କି ବିଜେଡି କଂଗ୍ରେସ ମଧ୍ୟରେ ଭିତିରିଆ ଭଲ ସମ୍ପର୍କ Iଯେହେତୁ ନିରଞ୍ଜନ ଙ୍କ ଭାଇ ସୌମ୍ୟ ବିଜେଡି ରେ ଅଛନ୍ତି I ଏପରିକି କେନ୍ଦ୍ରାପଡା ରେ ବିଜୟ ମହାପାତ୍ର ଙ୍କ ହାରିବା ସମୟରେ ମଧ୍ୟ ଚର୍ଚା ହେଉଥିଲା କି ନିରଞ୍ଜନ ବିଜେଡି ପ୍ରାଥୀ ଙ୍କୁ ସମର୍ଥନ ଜଣାଇବା ହେତୁ କଂଗ୍ରେସ ନିଜର ଅସ୍ତିତ୍ବ ହରାଇଥିଲା I ଏପରିକି ଚର୍ଚା ହୁଏ ଅନେକ ଗୁରୁତର ସଂକ୍ରାନ୍ତ ରେ ସତ୍ୟ ଖୁଲାଶା କରିଥିବା ଘଟଣା କୁ ନେଇ ନିରଞ୍ଜନ ହରଡ ହରଡ଼ଘଣାରେ ପଡ଼ିଥାନ୍ତି ତେଣୁ ବାଧ୍ୟ ହେଇ ହୁଏତ ସେଥିପାଇଁ ସତ୍ୟ ଙ୍କୁ ମିଡ଼ିଆ ସେଲ ପଦବୀ ରୁ ହଟାଇବାକୁ ପଡିବାରେ I ଆଗାମୀ ଦିନରେ ଯଦି ସତ୍ୟ ମିଡ଼ିଆ ସେଲ ରୁ ବିଦା ହୁଅନ୍ତି ତେବେ ବୁଝି ନିଆଯିବ କି ବିଜେଡି କଂଗ୍ରେସ ପ୍ରେମ ପାଇଁ ଗର୍ଜୁଥିବା ସତ୍ୟ ବଳି ପଡିଗଲେ I

Leave a Reply

Your email address will not be published. Required fields are marked *