ରାଜନୀତି କୁ ଆସିବେ ମହେଶ୍ୱର ଙ୍କ ପୁଅ ,ପୁରୀ ବିଜେଡି ର ଧରିବେ ମଙ୍ଗ !

ପୁରୀ ରେ ଏବେ ଜୋରଦାର ଚର୍ଚା ହେଉଛି ରାଜନୀତି ରେ ଜଣେ ନୂଆ ମୁଁହ ଏଣ୍ଟ୍ରି କରିବାକୁ ଯାଉଛନ୍ତି I ମହେଶ୍ୱର ଙ୍କ ସ୍ଥାନ ଜଣେ ଯୁବକ ନେବେ ,ତେବେ ଏହି ଯୁବକ ଜଣଙ୍କ ମହେଶ୍ୱର ଙ୍କ ପୁଅ ସୁନୀଲ ମହାନ୍ତି I ପୁରୀ ରାଜନୀତି ରେ ବିଜେଡି ହାରିଯିବା ପରେ କିଛି ଦିନର ନୀରବତା ପରେ ପୁଣି ସଂଘଠନ କୁ ମଜଭୁତ କରିବାକୁ ସାମ୍ନା କୁ ଆସିଛନ୍ତି ମହେଶ୍ୱର ଙ୍କ ପୁଅ I ଯଦିଓ ଅଫିସିଆଲ କୌଣସି ଘୋଷଣା ହେଇନି ତେବେ ଅଧିକାଂଶ ପଦଯାତ୍ରା ରେ ସୁନୀଲ ଙ୍କୁ ଦେଖିବାକୁ ମିଳୁଛି ଏପରିକି ଦଳୀୟ କର୍ମୀ ମାନେ ମଧ୍ୟ ବେଶ ଉତ୍ସାହ ର ସହିତ ତାଙ୍କୁ ଗ୍ରହଣ କରୁଛନ୍ତି ବୋଲି ନିକଟ ମହଲ ରୁ ଶୁଣିବାକୁ ମିଳୁଛି I ଆଗାମୀ ଦିନରେ ବିଜେଡି ନିଜ ସଂଘଠନିକ ମଜଭୁତ କରିବାକୁ ଏବେଠୁ ସୁନୀଲ ପ୍ରାଣପ୍ରଣେ ଲାଗିପଡିଛନ୍ତି ଚର୍ଚା ହେଉଛି କି ଆଗାମୀ ଦିନରେ ସୁନୀଲ ନିର୍ବାଚନ ଲଢ଼ିପାରନ୍ତି ଅବଶ୍ୟ ଏନେଇ ମହେଶ୍ୱର କିମ୍ବା ବିଜେଡି ରୁ କୌଣସି ସୂଚନା ମିଳିନି Iସୂଚନା ଥାଉ କି ସତ୍ୟବାଦୀ ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ମୁନିସିପାଲିଟି ଚେୟାର ମ୍ୟାନ ଜୟନ୍ତ ଷଡ଼ଙ୍ଗୀ ଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ ଏବଂ ନିଜ ଗୁରୁ ଭାବେ ପରିଚିତ ତଥା ଟାଣୁଆ ନେତା ମହେଶ୍ୱର ଙ୍କୁ ଅପ୍ରତ୍ୟାଶିତ ଭାବେ 3300 ଭୋଟ ବ୍ୟବଧାନ ରେ ହରାଇଥିଲେ I ଯାହା କି ସାରା ରାଜ୍ୟରେ ଚର୍ଚିତ ହେଇଥିଲା I

Leave a Reply

Your email address will not be published. Required fields are marked *