ରାନୀ ପଣ୍ଡା ସମର୍ଥନ ରେ ବାହାରିଲେ ବାବା ବଳିଆ,ରାନୀ ବେଶି ପ୍ରତିଷ୍ଠା ପାଉଛି ,ପଢନ୍ତୁ କଣ କହିଲେ

ଏଥରକ ଖଣ୍ଡଗିରି ପଡିଆର ଯାତ୍ରା ମହାକୁମ୍ଭ ରେ ଦେଖିବାକୁ ମିଳିବନି ରାନୀ ଙ୍କ ଜଲୱା I ଅଶ୍ଳୀଳତା ପାଇଁ ରାନୀ ଏବଂ ଯାତ୍ରା ସଚ୍ଚିଦାନନ୍ଦ କୁ ଏଥରକ କମିଟି ବ୍ୟାନ କରିଛି I ଏହାକୁ ନେଇ ଜୋରଦାର ଚର୍ଚା ହେଉଥିବା ବେଳେ ରାନୀ କହିଛନ୍ତି କି ମୁଁ ଜାଗା ଦେଖି ଖେଳ କରିବି ,ମୁଁ ଯୋଉଠି ପହଞ୍ଚିବି ସେଇଟା ହେବ ଖଣ୍ଡଗିରି I ପୂର୍ବଥର ଯେଉଁମାନଙ୍କର କାନ କାମୁଡ଼ିନଥିଲି ସେମାନେ ଏଥର କା ଭାରି ମନଦୁଃଖ କରିଛନ୍ତି ସେଥିପାଇଁ ମତେ ଏବଂ ଯାତ୍ରା ସଚ୍ଚିଦାନନ୍ଦ କୁ ବାରଣ କରିଛନ୍ତି I ଅପରପକ୍ଷରେ ରାନୀ ଙ୍କ ସପକ୍ଷରେ ବାହାରିଛନ୍ତି ବାବା ବଳିଆ I କହିଛନ୍ତି କି ଅଶ୍ଳୀଳତା କୁ ବନ୍ଦ କରାଯାଉ କିନ୍ତୁ କୌଣସି କଳାକାର କିମ୍ବା ସଂସ୍ଥା କୁ ବନ୍ଦ କରିବା ଠିକ ନୁହେଁ ,ଏପରିକି ଏହା ଦ୍ୱାରା ମଧ୍ୟ ବେଶୀ ପ୍ରତିଷ୍ଠା ପାଉଛନ୍ତି ରାନୀ ବୋଲି ବାବା ପ୍ରତିକ୍ରିୟା ରଖିଛନ୍ତି I ସୂଚନା ଥାଉ କି ପୂର୍ବବର୍ଷ ଯାତ୍ରା ଖଣ୍ଡଗିରି ରେ ସବୁଠୁ ଚର୍ଚା କୁ ଆସିଥିଲେ ରାନୀ ପଣ୍ଡା ଏବଂ ନିଜର ଅଶ୍ଳୀଳ ନାଚ ଦ୍ୱାରା ଗଣମାଧ୍ୟମ ର ଖବର ଶୀର୍ଷରେ ରହିଥିଲେ ଏପରିକି ଯାତ୍ରା ସଚ୍ଚିଦାନନ୍ଦ ର ଭଲ ବ୍ୟବସାୟ ହେଇଥିଲା ରାନୀ ଙ୍କ ପାଇଁ I

Leave a Reply

Your email address will not be published. Required fields are marked *