ହୋଟେଲ କର୍ମଚାରୀ ଙ୍କୁ ଛୁରୀ ଦେଖାଇଲେ ଓଡ଼ିଆ ସିନେମା ନିର୍ଦେଶକ ଦିଲୀପ ପଣ୍ଡା

ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ନିର୍ଦେଶକ ଏକ ହୋଟେଲ ରେ ପଶି ଜଣେ ରୋଷେୟା ଙ୍କୁ ଛୁରୀ ଦେଖାଇ ଏବେ ଚର୍ଚାରେ I ଖବର ଅନୁଯାଇ ନିର୍ଦେଶକ ଦିଲୀପ ପଣ୍ଡା ଗତକାଲି ରାତି 10.30 ରେ ରାଜଧାନୀ ର ଏକ ହୋଟେଲ ଫେସଭୁକ ରେ ପ୍ରବେଶ କରିଥିଲେ ,ଏହି ସମୟରେ ହୋଟେଲ ବନ୍ଦ ହେଇସାରିଥିବା ବେଳେ ହୋଟେଲ କର୍ମଚାରୀ ଙ୍କୁ ଦିଲୀପ ପଣ୍ଡା ଖାଦ୍ୟ ତିଆରି କରି ପରଷିବାକୁ ଅର୍ଡର ଦେଇଥିଲେ ତେବେ ରୋଷେୟା ଜଣଙ୍କ ଏତେ ରାତି ହେବାରୁ ହୋଟେଲ ବନ୍ଦ ହେବାକୁ ଯାଉଛି ତେଣୁ ଏହା ସମ୍ଭବ ନୁହେଁ ବୋଲି କହିଥିଲେ I ଏତିକିରେ ରାଗିଯାଇଥିଲେ ନିର୍ଦେଶକ ଏବଂ ତାଙ୍କୁ ଗାଳି ଗୁଲଜ କରିବା ସହିତ କହିଥିଲେ କି ତୁ ମତେ ଜାଣିନୁ ମୁଁ ଫିଲ୍ମ ନିର୍ଦେଶକ ଏପରିକି ହୋଟେଲ ରେ ଥିବା ଛୁରୀ ଉଠାଇ ମାରିଦେବାକୁ ଧମକ ଦେଇଥିଲେ ଏନେଇ ହୋଟେଲ କର୍ମଚାରୀ ମାଲିକ ଙ୍କୁ ଜଣାଇବା ପରେ ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସି କ୍ୟାମେରା ରେ କଏଦ ହେଇଥିବା ଦେଖାଯାଇଛି I ଦିଲୀପ ଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି I ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦିଲୀପ ପଣ୍ଡା ବିବାଦ ରେ ରହିଥିଲେ I ବଙ୍ଗୀୟ ନାୟିକା ଏଲ୍‌ସା ଘୋଷ ତୁ ମୋ ସୁନା ଚଢ଼େଇ’ର ଅଡିଓ ରିଲିଜ୍‌ ବେଳେ କାଷ୍ଟିଙ୍ଗ କାଉଚ ର ଅଭିଯୋଗ ଆଣିଥିଲେ I

Leave a Reply

Your email address will not be published. Required fields are marked *