ମାଡ ଖାଇଥିବା ପରବିନ୍ଦର ଙ୍କୁ ନ୍ୟାୟ ମିଳିବା ବଦଳରେ 20ଦିନ ପରେ ଥାନାରେ ଏତଲା

ସବୁଠୁ ଚର୍ଚାରେ ଥିବା ଶିଖ ଯୁବକ ପରବିନ୍ଦର ଙ୍କ ଘଟଣା ରେ ଆସିଛି ନୂଆ ମୋଡ I ଘଟଣାର ର 20ଦିନ ପରେ ମାଡ ଖାଇଥିବା ଯୁବକ ଙ୍କ ନାମରେ ଲିଖିତ ଅଭିଯୋଗ ଆସିଛି ପ୍ରତିପକ୍ଷ ଙ୍କ ତରଫରୁ I ପୋଲିସ ସାମ୍ନା ରେ ଯୁବକ ଙ୍କୁ ନିର୍ଘାତ ମାଡ ମାରିବା ସହିତ ପଗଡି ତଳେ ଫୋପାଡ଼ିଦେଇଥିଲେ ଲକ୍ଷ୍ମୀସାଗର ଅଞ୍ଚଳ ରେ I ଯୁବକ ଜଣଙ୍କ ଥାନାରେ ଏତଲା ଦେବାପରେ କୋହଳ ଦଫା ଲଗାଯାଇଥିବା ଅଭିଯୋଗ ହେଇଥିଲା ,ମାତ୍ର କିଛି ସମୟ ମଧ୍ୟରେ ଅଭିଯୁକ୍ତ ଙ୍କୁ ଜାମିନ ମିଳିଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ପୋଲିସ ଅସମର୍ଥ ହେଇଥିବା ପରବିନ୍ଦର ଅଭିଯୋଗ କରିଥିଲେ I ଏପରିକି ଘଟଣାରେ ରାତି ଅଧିଆ ବିଧାୟକ ଙ୍କ ଗସ୍ତ ଆହୁରି ଅଧିକ ଚର୍ଚା ଧରିଥିଲା I ୟା ମଧ୍ୟରେ ନ୍ୟାୟ ପାଇଁ ସବୁ ଆଡେ ଧାଁ ଧପଡ଼ କରୁଥିବା ଶିଖ ଯୁବକ ନ୍ୟାୟ ତ ପାଇନାହାନ୍ତି କିନ୍ତୁ ଓଲଟା ଏତଲା ଦିଆଯାଇଛି ତାଙ୍କ ନାମରେ I ତେବେ ଏତେଦିନ ପରେ ଘଟଣାରେ ନୂଆ ମୋଡ ନେବା ଏବେ ସବୁଠାରୁ ଅଧିକ ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *