ମୃତ୍ୟୁ ପରେ ବାପା ଙ୍କ ଚାକିରୀ ମିଳିବ ପିଲାଙ୍କୁ ,ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବାପା ସରକାରୀ ଚାକିରୀ କରୁଥିବା ସମୟରେ ଯଦି ମୃତ୍ୟୁବରଣ କରନ୍ତି ତେବେ ପୁଅ ଝିଅ ଙ୍କୁ ସରକାରୀ ଚାକିରୀ ମିଳିବ I ପୂର୍ବରୁ ଏହା 10% ଥିବାବେଳେ ଏହାକୁ 50% କୁ ବୃଦ୍ଧି କରାଯାଇଛି ,ଏନେଇ ମୁଖ୍ୟ ସାଶନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି I ତେବେ ଏହା କେବଳ ଗ୍ରୁପ ଡି ବା ଚତୁର୍ଥ ଶ୍ରେଣୀ ପଦବୀ ରେ ଅନୁକମ୍ପା ମୂଳକ ଚାକିରୀ ଦିଆଯାଇ ଥଇଥାନ କରାଯିବ I ପରିବାର ର ଯେ କୌଣସି ଜଣେ ସଦସ୍ୟ ଙ୍କୁ ଏହି ପଦବୀ ରେ ଅନୁକମ୍ପା ମୂଳକ ଚାକିରୀ ଦିଆଯିବା ର ନିଷ୍ପତି ପୂର୍ବରୁ ଥିବାବେଳେ ଏହା ମାତ୍ର 10% ଥିଲା ଫଳରେ ସମସ୍ତଙ୍କୁ ଥଇଥାନ କରିବା ସମ୍ଭବ ନଥିଲା ଏହାକୁ ଦୃଷ୍ଟିରେ ରଖି ନୂଆ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ସାଶନ ସଚିବ କହିଛନ୍ତି I

Leave a Reply

Your email address will not be published. Required fields are marked *