ଉମା ଙ୍କ ଗଡରେ ପୁରୀ ବିଧାୟକ ଙ୍କ ମହୋତ୍ସବ ଯୋଗଦେଲେ ବିଜେଡି ହେଭିୱେଟ ନେତା ସଞ୍ଜୟ

ପୁଣି ଚର୍ଚ୍ଚା ରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ I ନିର୍ବାଚନ ସମୟରେ ପୁରୀ ତଥା ଓଡ଼ିଶାର ସବୁଠୁ ଚର୍ଚିତ ନେତା ମହେଶ୍ୱର ମହାନ୍ତି ଙ୍କୁ ହରାଇ ସବୁ ରାଜନୈତିକ ସମୀକରଣ କୁ ଓଲଟପାଲଟ କରିଦେଇଥିବା ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପୁଣି ମାରିଛନ୍ତି ମାଷ୍ଟର ଷ୍ଟ୍ରୋକ I ସାଧାରଣତଃ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଇଛୁକ ଥିବା ଜୟନ୍ତ ଏବଂ ବର୍ତମାନ ର ବିଧାୟକ ଉମା ସାମନ୍ତରାୟ ଙ୍କ ଭିତରେ ଥିବା ଦ୍ଵନ୍ଦ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା I ନିକଟରେ 6ବର୍ଷ ରେ ପାଦ ଦେଇଛି ସତ୍ୟବାଦୀ ମାଟିରେ ଆୟୋଜିତ ସବୁଠୁ ବଡ ମହୋତ୍ସବ I ଚଳିତଥର ଏହାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଓଡ଼ିଆ ସଂଗୀତ ଜଗତର ନାମୀ ଦାମୀ କଣ୍ଠଶିଳ୍ପୀ ଙ୍କ ଗୀତରେ ଝୁମୁଛନ୍ତି ଦର୍ଶକ I ତେବେ ସବୁଠୁ ଚର୍ଚା ଧରିଛି ଏ ବର୍ଷ ପୁରୀ ବିଧାୟକ ଙ୍କ ସହିତ ,ଓମ ପ୍ରକାଶ ,ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ବିଜେଡି ର ଟାଣୁଆ ନେତା ସଞ୍ଜୟ ଦାସବର୍ମା ଯୋଗଦାନ ଦେଇଥିଲେ I

ତେବେ ସ୍ଥାନୀୟ ବିଧାୟକ ଉମା ସାମନ୍ତରାୟ ଙ୍କୁ ମହୋତ୍ସବ ରେ ଦେଖିବାକୁ ମିଳିନଥିବା ବେଳେ ସଞ୍ଜୟ ଙ୍କ ଉପସ୍ତିତି କିଛି ଅଲଗା ବାର୍ତା ଦେଉଛି ବୋଲି ସାଧାରଣ ରେ ଚର୍ଚା ଧରିଛି I ସୂଚନା ଥାଉ କି ଲଗାତାର 6ବର୍ଷ ଧରି ଏହି ମହୋତ୍ସବ କୁ ଜୟନ୍ତ ଷଡ଼ଙ୍ଗୀ ଆୟୋଜନ କରିଆସୁଛନ୍ତି I ପୁରୀରୁ ସମ୍ବାଦଦାତା : ଲକି

Leave a Reply

Your email address will not be published. Required fields are marked *