ଦିଲ୍ଲୀରେ ସମସ୍ତେ ଫେଲ୍ ମାରିଥିବା ବେଳେ ନନା ଦେଖାଇଲେ ଦମ, ଦାୟିତ୍ୱ ନେଇଥିବା ପ୍ରାଥୀ ବିଜୟୀ

ଏବେ ସବୁଠି ଗୋଟିଏ ଚର୍ଚା I ଓଡ଼ିଶାରେ ଯେଉଁ ଜାତୀୟ ସ୍ତରର ନେତା ହାରିଥିଲେ ସେମାନଙ୍କୁ ଦିଲ୍ଲୀ ପ୍ରଚାର କମିଟି ରେ ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲେ ସମସ୍ତେ ବିଫଳ ହେଇଛନ୍ତି I ଗତକାଲି ଦିଲ୍ଲୀରେ ଆପ ବହୁମତରେ ବିଜୟୀ ହେଇଥିବା ବେଳେ ଦିଲ୍ଲୀ ଦଖଲ ସ୍ବପ୍ନ ପୁଣି ଘୁଞ୍ଚି ଯାଇଛି ବିଜେପି ପାଇଁ I ବିଜେପି ର ବହୁ ତୁଙ୍ଗ ନେତା ପରାଜୟ ବରଣ କରିଥିବା ଚର୍ଚା ରେ ରହିଛନ୍ତି ନନା I ଲକ୍ଷ୍ମୀ ନଗର ବିଧାନସଭା ପାଇଁ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ର ମଙ୍ଗ ଧରିଥିବା ବେଳେ ପ୍ରାଥୀ ଅଭୟ ବର୍ମା ବିଜୟ ହାସଲ କରିଛନ୍ତି I ବିଜୟ ର ଶ୍ରେୟ ସେ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଦେଇଛନ୍ତି ଯାହାକି ବିଜେପି ରେ ନୈରାଶ୍ୟ ଦେଖାଯାଇଥିବା ବେଳେ ଓଡିଶା ବିଜେପି ରେ ଖୁସି ଖେଳିଯାଇଛି I ଆପ ଝାଡୁ ସଫେଇ ରେ ସମସ୍ତେ ତ ହାରିଯାଇଥିବା ବେଳେ ନନା ଙ୍କ ପ୍ରଚାର ଆଗରେ ଆପ କାମ ଦେଇନି I ଓଡିଶା ରାଜନୀତି ରେ ନିଜକୁ ସର୍ବେସର୍ବା ଘୋଷଣା କରୁଥିବା କିଛି ନେତା ଓଡିଶା ସହିତ ଦିଲ୍ଲୀରେ ବିଫଳ ହେଇଥିବା ବେଳେ ନନା ଙ୍କ ଏହି ସଫଳତା ନିହାତି ଆଗାମୀ ଦିନରେ ଏକ ନୂଆ ବାର୍ତା ଓଡିଶା ବିଜେପି ପାଇଁ ଆଣିବ ବୋଲି ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *