ରାତି ଅଧରେ ଝାରସୁଗୁଡା ର ଟାଣୁଆ ବିଜେଡି ନେତା ତଥା ବର୍ତମାନର ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଛତିଶଗଡ ପୋଲିସ ଘରୁ ଉଠାଇନେଇଛି I ଘଟଣାର ର ସମ୍ପୃକ୍ତ ତଥ୍ୟ ମିଳିପାରିନଥିଲେ ମଧ୍ୟ ପ୍ରାଥମିକ ସୂଚନା ଅନୁଯାୟୀ 2016 ମସିହାର ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅନୁପ ଙ୍କୁ ରାତି ଅଧିଆ ଛତିଶଗଡ ପୋଲିସ ଉଠାଇନେଇଛି I ବର୍ତମାନ ଅନୁପ ସାଏ ଙ୍କୁ ଛତିଶଗଡ଼ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖାଯାଇ ପଚରାଉଚରା କରାଯାଉଛି I ତେବେ ଖବର ଅନୁଯାୟୀ 2016 ରେ କଳ୍ପନା ଦାସ ଏବଂ ତାଙ୍କ ଝିଅ କୁ ଗାଡି ଚଢାଇ ହତ୍ୟା କରାଯାଇଥିଲା ଏବଂ ଛତିଶଗଡ଼ ସୀମା ଜଙ୍ଗଲ ରେ ଫୋପାଡ଼ି ଦିଆଯାଇଥିଲା ,ସମ୍ପୃକ୍ତ ଘଟଣାରେ ଅନୁପ ଙ୍କ ସମ୍ପୃକ୍ତି ଥିବା ଖୋଲାଖୋଲି ଭାବେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ସେତେବେଳେ ଅଭିଯୋଗ କରିଥିଲେ ,ଏବେ ଏହି ଘଟଣାରେ ରାତି ଅଧିଆ ବିଜେଡି ର ଏହି ଟାଣୁଆ ନେତା ଙ୍କୁ ଉଠାଇନେବା ଚର୍ଚା ଧରିଛି I ସୂଚନା ଥାଉ କି ପୂର୍ବରୁ ଅନୁପ କଂଗ୍ରେସ ବିଧାୟକ ଥିବାବେଳେ 2014 ରେ ବିଜେଡି ରେ ସାମିଲ ହେଇଥିଲେ I
ରାତି ଅଧରେ ଘରୁ ବିଜେଡି ନେତା ତଥା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଉଠାଇନେଲା ଛତିଶଗଡ ପୋଲିସ
