ପ୍ରେମ ଦିବସ ରେ ଦେଶ ପାଇଁ ସହିଦ ହେଇଥିଲେ ମନୋଜ ,ବୋହୁ ସବୁ ଟଙ୍କା ନେଇ ପଳାଇଥିବା ଅଭିଯୋଗ

ପ୍ରେମ ଦିବସ ରେ ଚାଲିଯାଇଥିଲେ 42ଜଣ ବୀର ଯବାନ I ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଆକ୍ରମଣ ରେ ସହିଦ ହୋଇଥିବା ଯବାନ ଙ୍କ ଭିତରେ ଓଡ଼ିଆ ଯବାନ ମନୋଜ କୁମାର ବେହେରା ମଧ୍ୟ ସାମିଲ ଥିଲେ I ସାରା ଦେଶ ତାଙ୍କ ପାଇଁ ଗର୍ବିତ ଅନୁଭବ କରିଥିଲା I ମନୋଜ ଙ୍କ ସହିଦ ପରେ ତାଙ୍କ ପରିବାର ଲୋକଙ୍କୁ ସବୁ ମହଲ ରୁ ସମବେଦନା ଅଜାଡି ହେଇପଡିଥିଲା I ସରକାର ଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା I ୟା ମଧ୍ୟରେ ଏକ ବର୍ଷ ବିତିଯାଇଛି I

ଆଉ ଏ ଏକ ବର୍ଷରେ ଅନେକ କିଛି ଘଟିଯାଇଛି ସହିଦ ଙ୍କ ପରିବାରରେ I ଯାହା ଏବେ ଘର ଚାରିକାନ୍ଥ ଡେଇଁ ସୋସିଆଲ ମିଡିଆରେ ଘୁରି ବୁଲୁଛି I ସୂଚନା ଅନୁଯାଇ ସହିଦ ଙ୍କ ଅନ୍ତିମକ୍ରୀୟା ପରେ ତାଙ୍କ ପତ୍ନୀ ଶାଶୁଘର ଛାଡି ଏବେ ନିଜ ବାପାଘରେ ରହୁଛନ୍ତି I ତାଙ୍କ ଶାଶୁଙ୍କ ଅଭିଯୋଗ ଅନୁଯାଇ ପୁଅ ର ମୃତ୍ୟୁ ପରେ ତାଙ୍କ ବୋହୁ ତାଙ୍କୁ ପଚାରୁନି କିମ୍ବା କୌଣସି ଟଙ୍କା ପଇସା ଦେଉନି ଚଳିବାକୁ ବରଂ ଏକମାତ୍ର ନାତୁଣୀ କୁ ନେଇ ବାପଘର ପଳେଇଚି ,ସେଠାରୁ ପୋଲିସ ସାହାଯ୍ୟରେ ନିଜର ସବୁ ଜିନିଷ ନେଇଯାଇଛି I

ଅପରପକ୍ଷରେ ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସହିଦ ଙ୍କ ପତ୍ନୀ ,ତାଙ୍କ କହିବାନୁଯାୟୀ ଶାଶୁଘର ଲୋକେ ତାଙ୍କୁ ବହୁତ ହଇରାଣ କଲେ ,ଆଖିରୁ ଲୁହ ସୁଖିନଥିବା ବେଳେ ତାଙ୍କୁ ଦଶଖତ କରି ଟଙ୍କା ଉଠେଇବାକୁ କହିଲେ ,ଏପରିକି ତାଙ୍କ ନଣନ୍ଦେଇ ତାଙ୍କୁ ବାହାଘର ସମୟରେ ମନୋଜ ୩ଲକ୍ଷ ଟଙ୍କା ନେଇଥିବା କଥା କହି ପଇସା ଫେରେଇବାକୁ କହିଥିଲେ ତେଣୁ ସେ ବାଧ୍ୟ ହେଇ ଶାଶୁଘର ଛାଡି ବାପଘରେ ରହୁଛନ୍ତି

I ତେବେ ମନୋଜ ଦେଶପାଇଁ ନିଜ ଜୀବନ ଦେଇଥିବା ବେଳେ ତାଙ୍କ ପରିବାର ର ଏଭଳି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *